ଆର୍ଯ୍ୟପଲ୍ଲୀ ସମୁଦ୍ର ତଟରୁ ବୃଦ୍ଧାଙ୍କ ଶବ ଉଦ୍ଧାର

0
59

ଛତ୍ରପୁର (ଓବି ନ୍ୟୁଜ) : ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ନିକଟ ବ୍ରେକ୍ ୱାଟର ଠାରେ ଏକ ବୃଦ୍ଧାଙ୍କ ଶବକୁ ପୁଲିସ ଉଦ୍ଧାର କରିଛି । ବୃଦ୍ଧାଙ୍କ ଶବ ସମୁଦ୍ରରେ ଭାସି ଆସି ଏଠାରେ ଲାଗିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବୃଦ୍ଧା ଜଣକ ଏ.ବ୍ରାରା ଲକ୍ଷ୍ମୀ (୬୫) ଫୁଲବାଣୀ ଜିଲ୍ଲା ଟିକାବାଲି ଅଞ୍ଚଳର । ସେ ବ୍ରହ୍ମପୁର ଝିଅର ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲା । ମନ୍ଦିର ଯିବ କହି ଗତକାଲି ଠାରୁ ନିଖୋଜ ହୋଇଥିଲେ ବୋଲି ଜଣାପଡିଛି । ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସାମୁଦ୍ରିକ ଥାନା ପକ୍ଷରୁ ୨/୨୦୧୯ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ଏଏସଆଇ ଆର୍.ନାରାୟଣ ରେଡ୍ଡି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here