ଜାତୀୟ ସବ୍ ଜୁନିଅର ନେଟ୍ବଲ୍ ଚାମ୍ପିୟନସିପ୍ ନିମନ୍ତେ ଛତ୍ରପୁର ବ୍ଲକ ଆଦର୍ଶ ବିଦ୍ୟାଳୟର ୨ ଛାତ୍ର ଚୟନ

0
20

ଛତ୍ରପୁର, (ଓବି ନ୍ୟୁଜ): ଜାତୀୟ ସବ୍ ଜୁନିଅର ନେଟ୍ବଲ୍ ଚାମ୍ପିୟନସିପ୍ ପ୍ରତିଯୋଗିତା ନିମନ୍ତେ ଛତ୍ରପୁର ବ୍ଲକ ଚମାଖଣ୍ଡି ସ୍ଥିତ ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଅପୂର୍ବ ରଥ ଓ ରୂପେଶ ପାଣିଗ୍ରାହୀ ଦୁଇଜଣ ଛାତ୍ର ଚୟନ ହୋଇଛନ୍ତି । ଆସନ୍ତା ୧୭ ତାରିଖ ଠାରୁ ୨୦ ତାରିଖ ୪ ଦିନ ବ୍ୟାପି ହରିଆନା ରାଜ୍ୟ ଭିୱାନୀ ଠାରେ ଜାତୀୟ ସବ୍ ଜୁନିଅର ନେଟ୍ବଲ୍ ଚାମ୍ପିୟନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଗତ ୭ ତାରିଖରେ କଟକ ଠାରେ ରାଜ୍ୟସ୍ତରୀୟ ଚୟନ କମିିଟି ଦ୍ୱାରା ଗଞ୍ଜାମ ଜିଲ୍ଲାରୁ ୩ ଜଣ ଛାତ୍ରୀଙ୍କ ସମେତ ୮ ଜଣ ଛାତ୍ର ଚୟନ ହୋଇଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟର ଏହି ଦୁଇଜଣ ଛାତ୍ର ଚୟନ ହୋଇଥିବା ବେଳେ ଗୋଳାବନ୍ଧ ଆର୍ମୀ ପବ୍ଲିକ୍ ସ୍କୁଲର ୩ ଜଣ ଛାତ୍ରୀ ଓ ୬ ଜଣ ଛାତ୍ର ଏହି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୧୫ ତାରିଖ ଦିନ ଏହି ପ୍ରତିଯୋଗୀମାନେ ହରିହନା ଗସ୍ତରେ ବାହାରିବେ ବୋଲି ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପିଣ୍ଟୁ ବେହେରା ସୂଚନା ପ୍ରଦାନ କରିଛନ୍ତି । ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କୁ ପ୍ରିନ୍ସପାଲ ଦାମ ସ୍ୱାଇଁଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here