ଭାରିଯାନ ଚଳାଚଳ ବନ୍ଦ ଦାବିରେ ମାଟିଖାଲ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ ଏବଂ ଗମନାଗମନ ଠପ୍

0
54

ଛତ୍ରପୁର, (ଓବି ନ୍ୟୁଜ) : ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରୁ ମାଟିଖାଲ ଗ୍ରାମରୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ଏବଂ ଅନ୍ୟାନ୍ୟ ଦାବି ନେଇ ଆଜି ମାଟିଖାଲ ଗ୍ରାମବାସୀ ପକ୍ଷରୁ ରାସ୍ତାରୋକ କରାଯାଇଛି । ସେମାନଙ୍କ ମୁଖ୍ୟ ଦାବି ରହିଥିଲା ଯେ, କାଳିଆବାଲି ଛକ ଠାରୁ ଗାଁକୁ ସଂଯୋଗ ହୋଇଥିବା ରାସ୍ତାରେ ଏଠାରେ ରହିଥିବା କମ୍ପାନୀ ଗୁଡିକୁ ଭାରିଯାନ ଚଳାଚଳ ହୋଉଥିବାରୁ ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ଏଥିସହ ପ୍ରତ୍ୟହ ସମୟରେ ଏହି ରାସ୍ତାରେ ଭାରିଯାନ ଚଳାଚଳ ନେଇ ବିଭିନ୍ନ ଦୁର୍ଘଟଣା ଶିକାର ହେବାକୁ ପଡୁଛି । ରାସ୍ତାକୁ ପ୍ରଥମେ ଓସାରିଆ ପକ୍କା ରାସ୍ତା ନିର୍ମାଣ କରାଯାଉ । କମ୍ପାନୀ ପକ୍ଷରୁ ପରିପାଶ୍ୱର୍ର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉ ନାହିଁ କିମ୍ବା ସ୍ଥାନୀୟ ବେକାରୀ ଯୁବକମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ ନାହିଁ । ଏଭଳି ବିଭିନ୍ନ ଦାବି ସଂପର୍କିତ ନେଇ ପୂର୍ବାହ୍ନ ୧୦ ଘଣ୍ଟାରୁ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ସୂଚନା ପାଇ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ୍ ପ୍ରଧାନ ଓ ଚମାଖଣ୍ଡି ପୁଲିସ ଓ କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡି ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଗ୍ରାମବାସୀଙ୍କ ଦାବି ଗୁଡିକୁ ନେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକର ଆୟୋଜନ କରି ଆଲୋଚନା ହେବ । ପ୍ରଥମ ପର୍ଯ୍ୟାୟରେ ଆଜି ଠାରୁ ଏହି ରାସ୍ତାରେ କୌଣସି ଭାରିଯାନ ଚଳାଚଳ ହେବ ନାହିଁ । କମ୍ପାନୀ ଗୁଡିକ ସେମାନଙ୍କ ଭାରିଯାନ ଚଳାଚଳ ପାଇଁ ସ୍ୱତନ୍ତ୍ର ରୁଟ୍ର ବ୍ୟବସ୍ଥା କରିବାକୁ କୁହାଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଗ୍ରାମବାସୀ ରାସ୍ତାରୋକରୁ ଓହରିଥିଲେ ।

LEAVE A REPLY

Please enter your comment!
Please enter your name here