ନିଦରେ ପ୍ରଶାସନ: ଅବାଧରେ ଚାଲିଛି କୋରେକ୍ସ, ଗଞ୍ଜେଇ କାରବାର

0
31

ସୋନପୁର(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ):ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତମାନ କୋରେକ୍ସ ଏବଂ ଗଞ୍ଜେଇ ବେପାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେମାନେ ଅବାଧରେ ତାଙ୍କ ବେପାର ଚଳାଇଥିବା ବେଳେ ପ୍ରଶାସନ ଜାଣିଶୁଣି ନୀରବ ରହୁଛି । ସହର ବର୍ତମାନ ପାଲଟିଛି କୋରେକ୍ସ ଏବଂ ଗଞ୍ଜେଇର ପେଣ୍ଠସ୍ଥଳି । ବାହାର ଅଂଚଳରୁ ଟ୍ରକ ଯୋଗେ କୋରେକ୍ସ ଏବଂ ଗଞ୍ଜେଇ ଆଣି ଏହି ଅଂଚଳରେ ଅବାଧରେ ସେଗୁଡିକୁ ଗଚ୍ଛିତ ରଖାଯାଉଛି । ସେଠାରୁ ସହରର ବିଭିନ୍ନ ଗ୍ରାମକୁ ବୋଲେରୋ, କାର, ଅଟୋ, ମୋଟର ସାଇକେଲ ଯୋଗେ ପ୍ରେରଣ କରାଯାଉଛି । ସହର ସମେତ ବିଭିନ୍ନ ଗ୍ରାମରେ ବର୍ତମାନ ନିଶାଖୋର ଯୁବକଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋରେକ୍ସ ସାଙ୍ଗକୁ ବିଭିନ୍ନ ପ୍ରକାର ନିଶା ବଟିକା ମଧ୍ୟ ଅବାଧରେ ବିକ୍ରି କରୁଛନ୍ତି ଯୁବଗୋଷ୍ଠି । ଯଦ୍ୱାରା ଅନାୟାସରେ କମ ଦାମରେ ଲୋକେ ନିଶା ଦ୍ରବ୍ୟ ସେବନ କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏହାକୁ ନେଇ ବୁଦ୍ଧିଯିବି ମହଲରେ ଚିନ୍ତାର କାରଣ ହୋଇଛି । ଅନ୍ୟ ପକ୍ଷରେ ଜିଲାର ବିରମହାରାଜପୁର,ବିନିକା,ତରଭା,ଉଲୁଣ୍ଡା ଅଂଚଳରେ କୋରେକ୍ସ ଏବଂ ଗଞ୍ଜେଇ ବେପାରୀମାନେ ଅବାଧରେ ତାଙ୍କର ବେପାର ଚଳାଉଥିବା ଲୋକେ କହୁଛନ୍ତି । ଏ ଦିଗରେ ସ୍ଥାନୀୟ ପ୍ରଶାସନ ମଧ୍ୟ ଜାଣି ଶୁଣି ନୀରବ ରହିବା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି କୋରେକ୍ସ ଏବଂ ଗଞ୍ଜେଇ ବ୍ୟାପାର ଉପରେ ଲଗାମ ନଲଗାଇଲେ ଭବିଷ୍ୟତ ପିଢି ଯେ ନିଶାଶକ୍ତ ହେବ ଏଥିରେ କୌଣସି ଦ୍ୱିମତ ନାହିଁ, ତେଣୁ ଏହା ଉପରେ ଲଗାମ ଲଗାଇବାକୁ ପ୍ରଶାସନକୁ ଜନସାଧାରଣରେ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here