ଗଜପତି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ-ଅଦାଲତ

0
39

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାର ବିଭିନ୍ନ ଅଦାଲତରେ ରାଷ୍ଟ୍ରୀୟ ଲୋକ-ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲା ଦୌରା-ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ବିଶ୍ବଜିତ ଦାସ ଏହାକୁ ଉଦ୍ଘାଟନ କରିବା ସହ ବିଭିନ୍ନ କୋର୍ଟର ତତ୍ୱାବଧାନ କରିଥିଲେ ଏବଂ ପ୍ରାଧିକରଣର ସମ୍ପାଦିକା ସୁଶ୍ରୀ ଦୀପା ଦାସଙ୍କ ଦ୍ୱାରା ପରିଚାଳିତ ଏହି ଲୋକ-ଅଦାଲତରେ ପ୍ରତ୍ୟେକ ବିଭିନ୍ନ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ-ଅଦାଲତ ପରିଦର୍ଶନ କରିଥିଲେ ।
ସେହିଭଳି ସିଜିଏମ-ଏମ:ଈଶ୍ବର ରାଓ , ସବଜର୍ଜ-ବ୍ୟୋମକେଶ ନାୟକ , ସିଭିଲ କୋର୍ଟ ରେଜିଷ୍ଟ୍ରାର, ଶୁଭଶ୍ରୀ ପ୍ରଧାନ ଏବଂ ଏସଡ଼ିଜେଏମ-ଚଂଡ୍ରାହାସ୍ ବେହେରା ପ୍ରମୁଖ ଯୋଗ ଦେଇ କୋର୍ଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଲୋକ ଅଦାଲତରେ ଜିଲ୍ଲାଜର୍ଜଙ୍କ କୋର୍ଟରେ ୨ଗୋଟି ମୋଟର ଜନିତ ଦୁର୍ଘଟଣାର ବିଚାର କରାଯାଇ ୬ ଲକ୍ଷ ୯୨ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ । ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ଜିଲ୍ଲାର ମୋହନା , ରା:ଉଦୟଗିରି ଓ କାଶୀନଗର ରେ ଥିବା କୋର୍ଟ ମାନଂକ ଅଦାଲତ କାର‌୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ସମସ୍ତ ଓକିଲ ଓ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନା କରିଥିବା ବେଳେ ବହୁ ଜାତୀୟ ବ୍ୟାଙ୍କ ମାନେ ମଧ୍ୟ ଯୋଗ ଦେଇ ବ୍ୟାଙ୍କ ସମ୍ବନ୍ଧୀୟ କାର‌୍ୟ୍ୟ ପରିଚାଳନା କରିଥିଲେ । ବିଏସଏନଏଲ ଅଧିକାରୀ ମାନେ ମଧ୍ୟ ସେମାନଙ୍କ କାର‌୍ୟ୍ୟାଳୟର ରହିଥିବା ପ୍ରାକ୍ ମାମଲାର ସମାଧାନ କରିଥିଲେ
ଏହି ଲୋକ-ଅଦାଲତ କାର‌୍ୟ୍ୟକ୍ରମରେ ସମୁଦାୟ ୧୦୮୧ ଟି କେଶ ମଧ୍ୟରୁ ୧୦୪ ଟି କେଶର ସମାଧାନ କରାଯାଇ ମୋଟ ୧୬ ଲକ୍ଷ ୪୪ ହଜାର ୬୦୧ ଟଙ୍କା ଆଦାୟ କରିଥିଲେ ।

LEAVE A REPLY

Please enter your comment!
Please enter your name here