ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗୋଷାଣୀ ବ୍ଲକ ଆଲୁରି ନଗରସ୍ଥିତ ସେଂଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ସେଂଚୁରିଅନ ପବ୍ଲିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ଏକ ଦକ୍ଷତା ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଗତ ଗ୍ରୀଷ୍ମକାଳରେ ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକମାନଙ୍କୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏହି ଦକ୍ଷତା ଶିକ୍ଷା ଦିଆଯାଇଥିଲା । ଏହି ଦକ୍ଷତା ଶିକ୍ଷା କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସିଲାଇ, ବିୟୁଟି ପାର୍ଲର, ବେକେରି, ଡାଏରୀ, ଯୋଗ, ପଙ୍ଖା ମରାମତି, ୱେବ ଡିଜାଇନିଂ ଓ ଟାଲି ଏହିପରି ପ୍ରାୟ ୧୦ରୁ ଅଧିକ ଦକ୍ଷତା ଶିକ୍ଷା ଦିଆଯାଇଥିଲା । ସେହି ଦକ୍ଷତା ଶିକ୍ଷାକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀମାନେ ସେମାନଙ୍କ ସେହି ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନୀ ମେଳାରେ ସେଂଚୁରିଅନ ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ଡିଏନ ରାଓ, ରେଜିଷ୍ଟ୍ରାର ଡ.ଅନିତା ପାତ୍ର, ଡେପୁଟି ରେଜିଷ୍ଟ୍ରାର ସନ୍ଦୀପନ ପାଇନ, ପ୍ରଫେସର ସାଦତ ଅଲ୍ଲୀ, ମ୍ୟାନେଜର ରାମପ୍ରସାଦ ଦାସ, ସ୍କୁଲର ପ୍ରିନ୍ସପାଲ ସୁନିତା ପାଣିଗ୍ରାହୀ, ରିଜିଓନାଲ ଡାଇରେକ୍ଟର ସମ୍ବିତ ପାତ୍ର, ମୁଖ୍ୟ ପ୍ରଶାସକ ସନ୍ଦୀପ ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଗ୍ରାମ ତରଙ୍ଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।