ହିଞ୍ଜିଳି ବଜାରରୁ ମାରାଥନ ଚୋରି; ସୁରକ୍ଷା ଉପରେ ପ୍ରଶ୍ନବାଚୀ

0
477

ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ହିଞ୍ଜିଳିକାଟୁରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି । କେତେବେଳେ ଦୋକନ ଗୃହ ତ ଆଉ କେତେବେଳେ ଘରେ ପଶି ପୁଲିସକୁ ଚାଲେଞ୍ଜ କରି ଚୋର ମାନେ ଲୁଟ୍ କରୁଛନ୍ତି । ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାରେ ଢିଲା ପରିଲକ୍ଷିତ ହେଉଥିବା ମଧ୍ୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏଦିଗରେ ପୁଲିସ ରାତ୍ରି ପାଟ୍ରୋଲିଂ କରିବା ପାଇଁ ଦାବି ହେଉଛି । କିଛି ଦିନ ତଳେ ଚୋରି ହୋଇଥିଲା କିନ୍ତୁ ପୁଲିସ ସେମାନଙ୍କୁ ଧରିବା ପରେ ଚୋରି ବନ୍ଦ ରହିଥିଲା । କିଛି ଦିନର ନୀରବତା ପରେ ପୁଣି ଚୋର ମାନେ ତାଙ୍କ ଚୋରି କାମ ଆରମ୍ଭ କରି ଦେଇଛନ୍ତି ।
ହିଞ୍ଜିଳିକାଟୁର ଲାଇଫ ଲାଇନ କୁହାଯାଉଥିବା ପରିବା ମାର୍କେଟରେ ଗତ ମଧ୍ୟ ରାତ୍ରୀ ରେ ୯ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଚୋର ମାନେ କଳା କନା ବୁଲାଇବାରେ ସକ୍ଷମ ହୋଇଛନ୍ତି । ହିଞ୍ଜିଳିକାଟୁ ଥାନାଞ୍ଚଳରେ ବାରମ୍ବାର ଚୋରି ହେବା ଅଭିଯୋଗ ରହିଛି କିନ୍ତୁ ପୋଲିସ ଚୋରା ଧରିବାରେ ସକ୍ଷମ ନହେବା ପୋଲିସର ପାରିବାପଣିଆ ଉପରେ ସନ୍ଦେହ ସୃଷ୍ଟି କରୁଛି। ହିଞ୍ଜିଳି ଥାନା ପରିସରକୁ ଲାଗି ରହିଥିବା ପରିବା ମାର୍କେଟର ସୁରକ୍ଷା ଯେବେ ଏପରି ଅନ୍ୟ ଅଞ୍ଚଳ କଥା ନକହିବା ଭଲ । ଶନିବାର ରାତିରେ ବ୍ୟବସାୟୀ ମାନେ ନିଜ ଦୋକାନ ବନ୍ଦ କରିବା ପରେ ରାତିରେ ଚୋର ମାନେ କଳା କନା ବୁଲାଇଛନ୍ତି। ସେହିପରି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସାମ୍ନାରେ ଥିବା ଏକ ଇଲେକ୍ଟ୍ରିକାଲ ଦୋକାନରେ ଶୁକ୍ରବାର ରାତିରେ ମଧ୍ୟ ଚୋରି ହୋଇଛି ଉକ୍ତ ସମସ୍ତ ଦୋକାନରେ ଚୋର ତାଲା ଭାଙ୍ଗି ଚୋରୀ କରିଛି। ଶନିବାର ରାତିରେ ଚୋରୀ ଯାଇଥିବା ମୋଟ ୯ଟି ଦୋକାନ ମଧ୍ୟରୁ ୬ଟି ଦୋକାନରୁ ଆନୁମାନିକ ୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ଚୋରୀ କରି ନେଇଛନ୍ତି ଯାହା ଫଳରେ ବ୍ୟବସାୟୀ ମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ହିଞ୍ଜିଳି ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଛି।କିଛି ଦିନର ବ୍ୟବଧାନ ପରେ ପୁଣି ହିଞ୍ଜିଳି ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି। ଏହି ଚୋର ପୋଲିସ ଖେଳରେ କିଏ କେତେ ସଫଳତା ପାଉଛି ସମୟ କହିବ।

LEAVE A REPLY

Please enter your comment!
Please enter your name here