ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ତିନିଠାକୁରଙ୍କ ସୁନାବେଶ କାର୍ଯ୍ୟକ୍ରମ

0
16

ଗଜପତି (ଓବି ନ୍ୟୁଜ୍) ; ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶନିବାର ଆଷାଢ଼ ଶୁକ୍ଳ ଦ୍ୱାଦଶ ତିଥିରେ ତିନି ଠାକୁରଙ୍କ ସୁନାବେଶ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁର୍ଲଭ ସୁନାବେଶ କାର୍ଯ୍ୟକ୍ରମ ଦେଖିବା ପାଈଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ପାରମ୍ପରିକ ଦେବ-ରୀତିନୀତି ପ୍ରକାରେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ତିନି ଠାକୁରଙ୍କ , ରଥ ଉପରେ ବିଭିନ୍ନ ପୂଜାବିଧି ଓ ଆଳତି କରାଯାଇ ମହାପ୍ରସାଦ ଲାଗି ହେବାପରେ ଠାକୁର ମାନଂକ ପହଡ ନିତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଅପରାହ୍ନ ୪:୩୦ ରେ ରାଜପ୍ରାସାଦ ଠାରେ ଥିବା ସ୍ୱର୍ଣ୍ଣ-ଭଣ୍ଡାର ଘରଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ୱର୍ଣ୍ଣ ଅଳଙ୍କାର ସବୁ ଅଣାଯାଇ ଠାକୁର ମାନଙ୍କୁ ରଥ ଉପରେ ସୁନା ବେଶରେ ସଜ୍ଜିତ କରାଯାଇଥିଲା । ଠାକୁର ମାନଂକ ମଥାରେ ସୁନା-କିରୀଟା , କାନରେ ସୁନା-କୁଣ୍ଡଲ , ନାକରେ ସୁନା-ଦଣ୍ଡିଗୁନା ,, କମରରେ ସୁନା କମର ପଟୀ , ସାଙ୍ଗକୁ ରତ୍ନ ଖଚିତ ଘାଘଡା , ବେକରେ ବହୁ ପରିମାଣର ତୁଳସୀ ପତ୍ର ମାଲ ଓ ବିଭିନ୍ନ ରଂଗ-ବେରଙ୍ଗର ଫୁଲମାଲ ପ୍ରଭୃତିରେ ଆଭୁସନାଁ କରିଥିଲେ । ଏହା ବ୍ୟତିତ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ହାତରେ ସୁବର୍ଣ୍ଣର ହଲ-ମୁଷଳ , କାଳିଆ ପ୍ରଭୁ ଜଗନ୍ନାଥଙ୍କ ହାତରେ ସ୍ୱର୍ଣ୍ଣ-ଚକ୍ର ଓ ରୂପାର ଶଙ୍ଖ ଏବଂ ଭଉଣୀ ତଥା ମା ଶୁଭଦ୍ର। ଙ୍କ ହାତରେ ସୁନାର ତଳଗି ତଥା କର୍ଣାଲଙ୍କାର୍ ଓ ସୁନାର ଶ୍ରୀପୟର । ଏସବୁ ଦେଖିବାପାଇଁ ସତରେ କି ସୁନ୍ଦର ସେ ରୁପ । ନବଦିନର ଯାତ୍ରା ସାରି ତିନି ଠାକୁର , ଶ୍ରୀମନ୍ଦିର ରତ୍ନ ସିଂହାସନ ଙ୍କୁ ବାହୁଡ଼ିବା ବାଟରେ ଏତେ ପରିମାଣ ଓଜନର ସୁନାରୁପା ଓ ବିଭିନ୍ନ ଧାତୁ ଓ ରତ୍ନ ରେ ନିର୍ମିତ ଭଳିକି ଭଳି ଅଳଙ୍କାର ସବୁ ପରିଧାନ କରି ଏକ ଦୁର୍ଲଭ ତଥା ଭିନ୍ନ ଏକ ଅପରୂପ ବେଶରେ ହଜାର ହଜାର ସଂଖ୍ୟାରେ ସମବେତ ହୋଇଥିବା ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ତିନି ଠାକୁର ।ଶ୍ରୀମନ୍ଦିର ରତ୍ନବେଦିକୁ ବାହୁଡିବାର ମଝିରେ ଗୋଟିଏ ଦିନ ପୁର୍ବରୁ ଗରୁଡ଼ ଶୟନ ଉସଵ ଦ୍ଵାଦଶୀ ତିଥିରେ ଠାକୁର ମାନଂକ ବାହୁଡା ବାଟରେ ଦଣ୍ଡାୟମାନ ହୋଇ ରହିଥିବା ତିନି ରଥ ଉପରେ ତିନି ଠାକୁରଙ୍କ ଏହି ଦୁର୍ଲଭ ସୁନାବେଶ ଦେଖି ଶ୍ରଦ୍ଧାଳୁ ଭକ୍ତବ୍ରୁନ୍ଦ ଅତି ଆତ୍ମ-ବିଭୋର ହୋଇପଡ଼ିଥିଲେ । ହରିବୋଲ ଓ ହୁଳହୁଳି ସାଙ୍ଗକୁ ଜୟ-ଜଗନ୍ନାଥ ଧ୍ବନିରେ ସମଗ୍ର ବଡଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରକମ୍ପିତ ହୋଇ ଉଠିଥିଲା । ଠାକୁର ମାନଂକ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଈଁ ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ଓ ପଡୋଶୀ। ଆନ୍ଧ୍ରର ବିଭିନ୍ନ ପୁରପଲ୍ଲୀ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନଂକ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଈଁ ବ୍ୟାପକ ଭାବେ ମହିଳା ଓ ପୁରୁଷ ପୋଲିସ ବାହିନୀ ମୃତୟନ ରହିଥିଲେ । ରାତି ୧୦-୩୦ ରେ ତିନି ଠାକୁରଙ୍କ ସୁନାବେଶ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here