ବଜ୍ରପାତରେ ଯୁବକର ମୃତ୍ୟୁ

0
11

ଗଜପତି (ଓବି ନ୍ୟୁଜ୍) ; ଗଜପତି ଜିଲ୍ଲା ଗୋସାନୀ ଠାରେ ଗତ କାଲି ସଂଧ୍ୟାରେ ବର୍ଷା ସମୟରେ ବଜ୍ରପାତରେ ଜଣେ ଯୁବକର ମୃତ୍ୟୁ ହୋଇଛି । ପ୍ରକାଶ ଯେ , ଗତକାଲି ଅପରାହ୍ନରେ ଗୋସାନୀ ଅଂଚଳରେ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଗାର।ବନ୍ଧ ଥାନା ଅନ୍ତର୍ଗତ ଏସ: ଶୋଭରା ଗ୍ରାମର ସମ୍ପୃକ୍ତ ଯୁବକ ଭାସ୍କର ପ୍ରଧାନ ନିଜ ଜମିରେ ତାର ମାମୁଙ୍କ ସହ ଠିଆ ହୋଇଥିବ। ବେଳେ ପ୍ରବଳ ବର୍ଷା ହୋଇ ହଠାତ ବଜ୍ରପାତ ପଡ଼ିଥିଲା । ଏଥିରେ ଭାସ୍କର , ଗୁରୁତର ଆହତ ହୋଇ ଗାର।ବନ୍ଧ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିସ୍ୟା ପାଈଁ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ଭାସ୍କର ଙ୍କୁ ମୃତ ଘୋଷଣା କରିଥିଲେ ।। ଗାର।ବନ୍ଧ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ-ଦେହକୁ ଜବତ ବ୍ୟବଛେଦ ପାଈଁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ମୃତ ଭାସ୍କର ପଡୋଶୀ ଆନ୍ଧ୍ରର ପୁରୁଣାପାଟଣା ସ୍ଥିତ ଏକ କଲେଜରେ ପାଠ ପଢୁଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here