ଗଜପତି (ଓବି ନ୍ୟୁଜ୍) ; ଓଡିଶା ସରକାରଙ୍କ ମାସିକ ପତ୍ରିକା””ଉତ୍କଳ-ପ୍ରସଙ୍ଗ”” ରଥଯାତ୍ରା ବିଶେଷ।ଙ୍କ ର ବିତରଣ ଉସଵ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି-ରାଜଗୁରୁ ସାହି ସ୍ଥିତ ରସିକ-ରାଜ ମନ୍ଦିର (ପରିଛ। ମଠ) ପରିସରରେ ଥିବା ବାଳ-ମୁକୁନ୍ଦ କେନ୍ଦ୍ର ଠାରେ ଚଳିତ ଗୁରୁ-ପୂର୍ଣ୍ଣିମା ଉପଲକ୍ଷେ ଉପସ୍ଥିତ ତଥା ନିମନ୍ତ୍ରିତ ଅତିଥି ଏବଂ କେନ୍ଦ୍ରର ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଯୋଗଗୁରୁ ଲକ୍ଷ୍ମୀ ଚରଣ ପଟନାୟକ ଯୋଗ ଦେଇ କେନ୍ଦ୍ରର ପିଲାମାନଙ୍କୁ ଯୋଗ-ଶିକ୍ଷା ଦେବା ସହ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ ରେ ମୁଖ୍ୟ-ଅତିଥି ଭାବେ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ବିଭାଗର କାର୍ୟ୍ୟରତ ବରିଷ୍ଠ ଗ୍ରନ୍ଥ।ଗାରକ ଶ୍ରୀ ଅଚ୍ୟୁତା ନନ୍ଦ ବସ୍ତିଆ ଯୋଗଦେଇ , ପାଠକ , ପାଠାଗାର ଏବଂ ସୁଚନା ଓ ଲୋକ ସମ୍ପର୍କ ବିଭାଗର ବିଭିନ୍ନ ଦିଗ ଉପରେ ବୁଝାଇ ସୁଚନା ପ୍ରଦାନ କରିଥିଲେ ସମ୍ମାନିତ ଅତିଥି ଭାବେ ଯୁବା-ଆଦର୍ଶ ଶିକ୍ଷକ ଦେବଦତ୍ତ ବେବର୍ତ୍ତା ଏବଂ ରଚିତ। ମହାନ୍ତି ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ସେମାନଙ୍କ ନିଜର ଲକ୍ଷ ସ୍ଥଳରେ କିଭଳି ପହଂଚି ପାରିବେ , ସେଥିପାଇଁ ପିଲାମାନଙ୍କୁ ବୁଝିବା ଭଳି ଅତି ସହଜ ଭାବେ ନିଜ ଅନୁଭୁତିର ବୃତ୍ତି ସମ୍ବନ୍ଧୀୟରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟ-ପକ୍ଷରେ ପରବର୍ତ୍ତୀ ସଂଗୀତ ଓ ଚିତ୍ରାଙ୍କନ କାର୍ଯ୍ୟକ୍ରମ , ବରିଷ୍ଠ ଚିତ୍ରାଙ୍କନ ଶିକ୍ଷକ ମୁରଲୀ ଧର ପରିଛ। ଓ ସତ୍ୟ ନାରାୟଣ ଆପଟ ପ୍ରମୁଖ ଯୋଗଦେଇ ଏହି ଦାୟିତ୍ୱ ତୁଲାଇ ଥିବାବେଳେ କେନ୍ଦ୍ରର ମୁଖ୍ୟ ସଂଯୋଜକ ନିତ୍ୟନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିବା ସହ ଚଳିତ ଵ୍ୟାସ ପୂର୍ଣ୍ଣିମା ତଥା ସଦଗୁରୁ ଦିବସରେ ଗୁରୁପୂଜନ କରିବା ପାଈଁ କେନ୍ଦ୍ରର ଉପସ୍ଥିତ ପିଲାମାନଙ୍କୁ ଉଚିତ ପରାମର୍ଶ ଦେବା ସହ ମାର୍ଗ-ଦର୍ଶନ ଦେଇଥିଲେ ।