ଏବିଭିପି ର ମେଧ। ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
86

ଗଜପତି (ଓବି ନ୍ୟୁଜ୍) ; ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମେଧା ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ , ବିଦ୍ୟାର୍ଥୀ ପରିଷଦର ଗଜପତି ଓ ରାୟଗଡ଼ା ଜିଲ୍ଲାର ସଙ୍ଗଠନ ସମ୍ପାଦକ ଦେବାଶିଷ ଦାସ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଛାତ୍ର ସମାଜର କି ପ୍ରକାର ଭୂମିକା ରହିବାର ଆବଶ୍ୟକତା ଅଛି , ସେ ସମ୍ପର୍କରେ କହି ରାଷ୍ଟ୍ର ସେବା ପାଈଁ ଛାତ୍ରଛାତ୍ରୀ ମାନେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଦ୍ଧେଶ୍ବର ମିଶ୍ର ଓ ଲୋକନାଥ ମିଶ୍ର ଏବଂ ମୁଖ୍ୟବକ୍ତା ଭାବେ ବିଦ୍ୟା-ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଚରିତ୍ର ନିର୍ମାଣର ଆବଶ୍ୟକତା ସମ୍ପର୍କରେ ଉପଦେଶ ଦେଇଥିଲେ । ସତ୍ୟ ନାରାୟଣ କାର୍ଜି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ,ଏବିଭିପି ଜିଲ୍ଲା ପରିଷଦର କାର୍ଯ୍ୟକର୍ତ୍ତା ଦିଲୀପ ଶତପଥି , ବାଳକୃଷ୍ଣ ଜେନା , ତୁଷାର ଦାସ , ଶ୍ରୀଧର ପାଣିଗ୍ରାହୀ , ଶୁଭାଷିସ ଜେନା , ମଲିପୁର ଶଙ୍କର ପ୍ରିତିସ୍ କୁମାର ସାମଲ ଏବଂ ଶିବ ପ୍ରସାଦ ପଣ୍ଡିତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦ ଜଣ +୨ ଓ ୧୦ ମ ଶ୍ରେଣୀରେ ଶତକଡ଼ା ୬୦ ନମ୍ବର ମାର୍କ ରଖିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା

LEAVE A REPLY

Please enter your comment!
Please enter your name here