ବେକ ରେ ରଶି ଲଗେଇ ଯୁବକ ର ଆତ୍ମହତ୍ୟା

0
26

ଭଞ୍ଜନଗର (ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ଭଞ୍ଜନଗର ବାଟା ଲେନ ରେ ଭଡାରେ ରହୁଥିବା ଗାମୁଣ୍ଡି ଗ୍ରାମର ଶୁଭେନ୍ଦୁ ନାୟକ (ମିଟୁ) ଗତକାଲି ରାତି ୧୧ଟା ସମୟରେ ଘରେ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଛି । ମାନସିକ ଭାରସାମ୍ୟ ହରାଇ ମିଟୁ ଏଭଳି କାଣ୍ଡ ଘଟାଇ ଥିବା ଜଣା ପଡିଛି। ରାତି ୯.୧୫ ରେ ସେ କାମ ସାରି ଫେରିଥିଲା ହେଲେ ଗତ କିଛି ଦିନ ହେବ ବାକି ଥିବା କାରଣ ରୁ ମିଟୁ ଚିନ୍ତିତ ଥିବା ତାର ସହକର୍ମୀ ମାନେ କହିଛନ୍ତି । ଘରେ ମିଟୁ ତାର ସ୍ତ୍ରୀ କୁ ତଳ ଘରର କବାଟ ବନ୍ଦ କରିବାକୁ ପଠେଇଦେଇ ଘରର କବାଟ ବନ୍ଦ କରି ବେକରେ ରଶି ଲଗେଇ ଝୁଲି ପଡିଥିଲା । ତାର ସ୍ତ୍ରୀ ଆସି କବାଟ ବାଡେଇ ଡାକି ଥିଲେ ବି ସେ ନଶୁଣିବାରୁ ବାଧ୍ୟ ହୋଇ ଉପରେ ଥିବା ଫାଙ୍କରେ ହାତ ଗଳେଇ କବାଟ ଖୋଲିଲା ବେଳକୁ ମିଟୁ ର ମୃତ୍ୟୁ ହୋଇ ସାରିଥିଲା । ଏସମ୍ପର୍କ ରେ ଭଞ୍ଜନଗର ପୋଲିସ ଖବର ପାଇ ମୃତଦେହ କୁ ବ୍ୟବଛେଦ ପାଇଁ ପଠେଇଛି । ମିଟୁ ର ଏକ ୬ବର୍ଷ ର ପୁଅ ଅଛି ।

LEAVE A REPLY

Please enter your comment!
Please enter your name here