ଛାତ୍ର ଛାତ୍ରୀଙ୍କ ପ୍ରତିଭାର ବିକାଶ ଧାରା ହେଉଛି ସୁରଭି

0
33

କୋକସରା(ଓବି ନ୍ୟୁଜ)(ଦେବେନ୍ଦ୍ର ସାଗର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଛିଦିନତଳେ ଅଞ୍ଚଳ ର କ୍ଲଷ୍ଟର ଲେଭେଲ ସୁରଭି କାର୍ଯ୍ୟକ୍ରମ ରେ ଗ୍ରାମାଞ୍ଚଳ ରେ ଲୁକାୟିତହୋଇ ରହିଥିବା ବିଭିନ୍ନ ପ୍ରତିଭା କୁ ଲୋକ ଲୋଚନକୁ ଆଣିବା ପ୍ରୟାସ ନେଇ କ୍ଲଷ୍ଟର ଅଧୀନରେ ରହିଥିବା ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ନେଇ ବ୍ଲକ ଲେଭେଲ ସୁରଭି କାର୍ଯ୍ୟକ୍ରମ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ୧୧ଗୋଟି କ୍ଲଷ୍ଟର ରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବରିଷ୍ଠ ଓ କନିଷ୍ଠ ବିଭାଗ ର କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ତପିମଣି ଯାନୀଙ୍କ ସଭାପତିତ୍ୱ ରେ ଆଜିର କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଲଡ଼ୁଗାଁଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ବ୍ଲକ ସହ ଶିକ୍ଷାଅଧିକାରୀ ତୋଫାନ ମାଝୀ, ବିଜୟ କୁମାର ବାରିକ, ସୁଶୀଳା ପୋଧାର, ଲଷ୍ମୀଧର ସେନାପତି, ଦୁର‌୍ୟୋଧନ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ସଂଜୀବ ପାଢ଼ୀ, ଗୋବର୍ଧନ ବେମାଳ, ଚନ୍ଦ୍ରଭାନୁ ସୁନା, ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରି ଥିବା ବେଳେ, ଛିତରଞ୍ଜନ ଠାକୁର ମୁଖ୍ୟ ବିଚାର ପତି କାର୍ଯ୍ୟ ତୁଲେଇ ଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ଗୀତ ଓ ଏକାଙ୍କିକା ମାଧ୍ୟମରେ ଲୋକଙ୍କୁ ପରିବେଶ ସଫା ରଖିବା, ଶିକ୍ଷା ର ମହତ୍ୱ ଓ ବାଲ୍ୟ ବିବାହ ପ୍ରତି ସଚେତନ ବାର୍ତା ପ୍ରଦାନ କରି ଥିଲେ ।

LEAVE A REPLY

Please enter your comment!
Please enter your name here