ନିର୍ବାହୀ ଅଧିକାରୀଙ୍କ ଠାରୁ ଭତା ଟଙ୍କା ଲୁଟ୍

0
132

ପୁରୁଷୋତମପୁର (ଓବି ନ୍ୟୁଜ)(ସୁନୀଲ କୁମାର ସାହୁ): ଦିନ ଦିପ୍ରହରରେ ମାଉଜର ଦେଖାଇ ଲୁଟ୍ କରିଥିବା ନେଇ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ଲୁଟ୍ ର ଶିକାର ହୋଇଛନ୍ତି କାର୍ଯ୍ୟରତ ନିର୍ବାହୀ ଅଧିକାରୀ । ତାଙ୍କୁ ମାଉଜର ଦେଖାଇବା ସହ ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ୧୨ହଜାର ଟଙ୍କା ଲୁଟ୍ ଓ କିଛି ସରକାରୀ କାଗଜପତ୍ର ଲୁଟି ନେଇଛନ୍ତି ଦୁର୍ବୃତ । ସୂଚନା ଯୋଗ୍ୟ ଯେ ପୁରୁଷୋତମପୁର ଥାନା ଅନ୍ତର୍ଗତ ଅରଖପୁର ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ି ଭତା ଟଙ୍କା ବଂଟନ କରିବା ପାଇଁ ଅରଖପୁର ଯାଉଥିଲେ । ଠିକ୍ ସେହି ସମୟରେ ଏକ ମୋଟର ସାଇକେଲରେ ତିନିଜଣ ଦୁର୍ବୃତ ଆସି ଅରଖପୁର ନିକଟରେ ତାଙ୍କୁ ଅଟକାଇବା ସହ ମାଉଜର ଦେଖାଇ ଥିଲେ । ଏଥିରେ ନିର୍ବାହୀ ଅଧିକାରୀ ଭୟଭୀତ ହୋଇ ଗାଡ଼ିକୁ ରଖିବା ସମୟରେ ହିଁ ଦୁର୍ବୃତ ମାନେ ତାଙ୍କ ମାଉଜର ଦେଖାଇବା ସହ ତାଙ୍କ ଠାରୁ ନଗର ୧୨ହଜାର ଟଙ୍କା, ସରକାରୀ କାଗଜପତ୍ର ଲୁଟ୍ କରିଥିଲେ । ଏହାକୁ ବିରୋଧ କରିବାରୁ ଯନ୍ତ୍ରୀଙ୍କୁ ଦୁର୍ବୃତ ମାନେ ମାଡ଼ ମାରି ସେଠାରୁ ଆଖି ପିଛୁଲାକେ ଚାଲି ଯାଇଥିଲେ । ଏନେଇ ନିର୍ବାହୀ ଅଧିକାରୀ ଘଟଣା ସଂପର୍କରେ ପୁରୁଷୋତମପୁର ଥାନାରେ ଅଭିଯୋଗ କରିଥିଲେ । ପୁରୁଷୋତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଘଟଣାର ଖବର ପାଇ ଏକ ଟିମ୍ ଗଠନ କରି ଦୁର୍ବୃତମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢଉ ଆରମ୍ଭ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here