କୁକୁଡ଼ାଖଣ୍ଡି (ଓବି ନ୍ୟୁଜ):ସଦରଥାନା ଅନ୍ତଗତ ବିଜୟବିହାର ଜଣେ ଅବସରପ୍ରାପ୍ତ କମଚାରୀ କଂ ଘରୁ ଜୁଲାଇ ୨ ତାରିଖରେ ଚୋରି ଅଭିଯୋଗରେ ଆଜି ସଦରଥାନା ପୁଲିସ ୪ଜଣ ଡକାୟତକୁ ଗିରଫକରି କୋଟଚାଲାଣ କରିବାସହ କିଛି ଲୁଟ ସାମଗ୍ରୀ ମଧ୍ୟ ଜବତ କରିଥିବା ନେଇ ସଦରଥାନା ଅଧିକାରୀ ଭାବାନନ୍ଦପ୍ରଧାନ ସୂଚନା ଦେଇଛନ୍ତି ।ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ବିଏନପିର ଥାନା ଅଧିନ ବାସୁଦେବ ନଗରର ବାବୁଲା ବାହାଦୁର,ଆରଡିସି କଲୋନିର ସୁନିଲ ପାଢୀ,ଗଜପତିନଗର ୫ଲାଇନର ବିପିନ ନାୟକ ,ଗୋସାଣିନୂଆଗାଁ ତୋଟାସାହିର ସୁରଜପାଢୀ ।ଗିରଫ କଂ ନିକଟରୁ ଲୁହାଛଡ,ଚାକୁ ,ସ୍କୃ ଡାଇଭର ସହ ଲୁଟ ହୋଇଥିବା ସାମଗ୍ରୀ ମଧରୁ ୨ଟି ସୁନା ଚେନ,୨ଟି ସୁନା ଚୁଡି,୨ଟି ସୁନା କାନଫୁଲ,ଗୋଟେ ବ୍ରୋନ୍ଚଚୁଡି ସମସ୍ତ ୭୮.୯୪୦ ଗ୍ରାମର ଜବତ କରିଛି ।ବିଜୟବିହାର ର ଜଣେ ଅବସରପ୍ରାପ୍ତ ସରକାରୀ କମଚାରୀ କଂ ଘରୁ ୨ତାରିଖ ରାତ୍ର ଘରେ ସମସ୍ତେ ଶୋଇଥିବା ବେଳେ କିଛି ଦୃବୁତ୍ତ ଘରେ ତାଲା ଭାଗିଂ ପଶି ଆଲମିରାରୁ ସୁନା ଲୁଟ କରିଥିବା ନେଇ ସଦରଥାନା ରେ ଅଭିଯୋଗ କରିଥିଲେ ।ଏନେଇ ଥାନାରେ ୧୬୩/୧୯ରେ ଏକମାମଲା ରୁଜୁ କରି ତଦନ୍ତ କରି ଲୁଟ ଘଟଣା ରେ ଜଡିତ ୪ଜଣକୁଂ ଗିରଫ କରିଛି ।