ପୁରାତନ ଛାତ୍ରଚାତ୍ରୀ ସଂଗଠନ ଗଠିତ

0
140

ଗାଙ୍ଗପୁର (ଓବି ନ୍ୟୁଜ)(ସନ୍ତୋଷ ବିଷୋୟୀ): କ୍ଷତ୍ରିୟବରପୁର ଆଂଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଆସଭିଆନ୍ସ ଆଲୁମିନି ଗଠିତ ହୋଇଯାଇଛି । ଉକ୍ତ ବୈଠକରେ ଗୋରାଚାନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଲୋଚନା ମାଧ୍ୟମରେ ମହାବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସ୍ଥିର ହୋଇଥିଲା । ଏଥିରେ ସଂଗଠନକୁ ଆକାର ଦେବା ପାଇଁ ସର୍ବସମ୍ମତି କ୍ରମେ ଗୋରାଚାନ୍ଦ ସ୍ୱାଇଁ ସଭାପତି ହୋଇଥିବା ବେଳେ ଦିବ୍ୟଲୋଚନ ବିଶ୍ୱାଳଙ୍କୁ ସଂପାଦକ ଭାବେ ମନୋନୀତ କରାଯାଇଥିଲା । ସହ ସଭାପତି ଭାବେ ଏସ. ଆରତୀ ପାତ୍ର, ପ୍ରହଲ୍ଲାଦ ଲେଙ୍କା, ଶିଶିର କୁମାର ସ୍ୱାଇଁ ତଥା ସହ ସଂପାଦକ ଭାବେ ସ୍ୱସ୍ତି ସୁନ୍ଦର ସିଓ, ମନୋରମା ମିଶ୍ର ଏବଂ ଚିନ୍ମୟ ପଲାଇ ମନୋନୀତ ହୋଇଥିଲେ । କୋଷାଧ୍ୟକ୍ଷ ଭାବେ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ମନୋନୀତ ହୋଇଥିଲେ । କାର୍ଯ୍ୟକାରିଣୀ ସଭ୍ୟ ଭାବେ ରଶ୍ମିତା ନାୟକ, ସରୋଜ ଲକ୍ଷ୍ମୀ ଦାସ, ଯାଜ୍ଞସେନୀ ପ୍ରଧାନ, ମାଣିକ ବଳ, ସଞ୍ଜୟ କୁମାର ମହାପାତ୍ର, ତାରିଣୀସେନ ସେଠୀ, ମୁନିନ୍ଦ୍ର ପରିଡ଼ା, ସୂର୍ଯ୍ୟନାରାୟଣ ସାହୁ, ଗୋପାଳକୃଷ୍ଣ ସ୍ୱାଇଁ, ରମେଶ ଚନ୍ଦ୍ର ସାହୁ ଏବଂ ଅଜୟ କୁମାର ସାହୁ ମନୋନୀତ ହୋଇଥିଲେ । ଏଥିରେ ଅଧ୍ୟକ୍ଷ ଅମୂଲ୍ୟ ଦାସ, ପ୍ରାଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀ, ବି. ଗୋବିନ୍ଦ ରାଓ, ଗଙ୍ଗାଧର ଦାସ, ସ୍ୱରୂପାରାଣୀ ବିଶ୍ୱାଳ, ଚାନିବାଳା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here