ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ ରାଜୁ):ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟ ପରିସରରେ ,ଭାଜପା ପକ୍ଷରୁ ଜିଲ୍ଲା ସ୍ତରୀୟ ସଙ୍ଗଠନ ପର୍ବ ଓ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାଜପା ର ପୂର୍ବତନ ସଂଗଠକ ସାରଦା ଶତପଥି , ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଭଜପା ସଙ୍ଗଠନ ଙ୍କୁ ତୃଣମୂଲ ସ୍ତରରୁ ହିଁ ମଜବୁତ କରାଯିବା ସହ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରିବାପାଇଁ ଆହ୍ୱାନ କରିଥିଲେ । ପାରଳାଖେମୁଣ୍ଡି ବିଧାୟକ କେ: ନାରାୟଣ ରାଓ , କାର୍ୟ୍ୟକ୍ରମରେ ସଭାପତିତ କରି ଗତ ସାଧାରଣ ନିର୍ବାଚନରେ ଭାଯପା: ଗଜପତି ଜିଲ୍ଲାରେ ବେଶ ଭଲ ପ୍ରଦର୍ଶନ କରିବ ସହ ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ।ତେଣୁ , ଆଗାମୀ ଦିନରେ ଦଳୀୟ ସାଙ୍ଗଠନିକ ଶକ୍ତିକୁ ଆଧିକ୍ ମଜବୁତ କରିବ ପାଈଁ ସଭ୍ୟା ସଂଗ୍ରହ କାର୍ଯ୍ୟକ୍ରମକୁ ଆଧିକ୍ ତ୍ୱରାନ୍ୱିତ କରିବା ପାଈଁ ସମସ୍ତ ଭାଯପା; ଦଳୀୟ କର୍ମୀ ଏକତ୍ରିତ ହୋଇ କାର୍ୟ୍ୟ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ , ଭାଯପା: ଜିଲ୍ଲା ସଭାପତି-ଜି: ଭେଙ୍କଟ ରାବଣ। ,ଏବଂ ଜିଲ୍ଲା ସାଧାରଣ ସମ୍ପାଦକ-ଜଗନ୍ନାଥ- ମହାପାତ୍ର ,ଓ ରାଜ୍ୟ କାର୍ୟ୍ୟକାରୀଣି ର ସିଦ୍ଧେଶ୍ବର ମିଶ୍ର ପ୍ରମୁଖ ଯୋଗ ଦେଇ। ଅନ୍ତତଃ ପକ୍ଷେ , ଜଣେ ବ୍ୟକ୍ତି ଭାଯପା;ର ସଦସ୍ୟ ଭାବେ ଅନ୍ୟ ୪ ଜଣଙ୍କୁ ଦଳରେ ସାମିଲ କରିବା ପାଈଁ କହିଥିଲେ । ଏତଦ ବ୍ୟତିତ , ସଦସ୍ୟ ମାନଂକ ପାଈଁ ଉଦ୍ଧିଷ୍ଟ ଫର୍ମ ସମସ୍ତ ବୁଥ୍ ଅଂଚଳର ପ୍ରମୁଖ ମାନଙ୍କୁ ଯୋଗାଇଦେବା , ସମ୍ପୃକ୍ତ ସଦସ୍ୟତା ଗ୍ରହଣ ଫର୍ମ କିଭଳି ପୁରଣ କରାଯିବ ଏବଂ ମୋବାଇଲ ଫୋନ ଦ୍ବାରା କିଭଳି ଦଳୀୟ ସଦସ୍ୟତା ଗ୍ରହଣ କରାଯିବ, ଏଭଳି ବିଭିନ୍ନ ବିଷୟ ଗୁଡ଼ିକ ସମ୍ପର୍କରେ କହି ସମସ୍ତଙ୍କୁ ବୁଝାଇ-ଦିଆଯାଇଥିଲା ।
ଅନ୍ୟ ମାନଂକ ମଧ୍ୟରେ ଭାଯପା: କୃଷକ ମୋର୍ଚ୍ଚା ସଭାପତି -ପ୍ରଶାନ୍ତ କୁମାର ପାଲ , ବରିଷ୍ଠ ନେତା ମୁଲି ଗୋପାଳ ରାଓ ,କାଶୀ-ନଗର ବ୍ଲକ ଅଧ୍ୟକ୍ଷ ସି:ଏଚ:ସିମାଦ୍ରି , ପ୍ରମୁଖ ମଂଚସିନ ଥିଲେ ।