ଫୁଲାବାଣି ସହରରେ ସିସିଟିଭି ଲଗାଇବା ଦାବି

0
399

ଫୁଲବାଣୀ(ଓବି ନ୍ୟୁଜ):ଫୁଲବାଣୀ ସହରରେ ଦିନକୁଦିନ ଅପରାଧ ଓ ଅପରାଧିକଂ ସଂଖ୍ୟା ବୃଦ୍ଧି ପାଉଥିବା ଫଳରେ ସ୍ଥାନୀୟ ଜନସାଧାରଣ ଭୟଭିତ ଅବସ୍ଥାରେ ରହୁଛନ୍ତି।ସେହିପରି ପୋଲିସ ମଧ୍ୟ ଅପରାଧିକୁଂ ଧରିବାରେ କେତେକାଂଶରେ ବିଫଳ ହେଉଛି।ଏଣୁ ସହରରେ ବିଭିନ୍ନ ଛକ ସ୍ଥାନ ମାନକଂରେ ସିସିଟିଭି କ୍ୟାମେରା ଲଗାଇବାକୁ ୟୁଥଅଫ କନ୍ଧମାଳ ସଂଗଠନ ଦାବିକରିଛି। ଏହାଦ୍ବାରା ସହରରେ ଅପରାଧକୁ ରୋକାଯିବା ସହ ଅପରାଧି ମାନକୁଂ ମଧ୍ୟ ଧରିବାରେ ଏହା ସହାୟକ ହେବ ବୋଲି ୟୁଥଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦଶନ କହିଛନ୍ତି।

ଏଥି ପୂବରୁ ମଧ୍ୟ ସହରର କେତେକ ସ୍ଥାନରେ ସିସିଟିଭି ଲଗାଯାଇଥିଲେ ମଧ୍ୟ ସେସବୁ ଅକାମି ହୋଇପଡିବା ଫଳରେ ଅପରାଧିକୁଂ ଏହା ବେଶ ସୁହାଉଛି।ଏନେଇ ୟୁଥ ଅଫ କନ୍ଧମାଳର ପ୍ରତିନିଧି ଦଳ କନ୍ଧମାଳ ଏସପି ଓ ଜିଲ୍ଲାପାଳକୁଂ ଭେଟି ଦାବି ଜଣାଇଛନ୍ତି।ଏଥିରେ ତପନ ସୁବୁଦ୍ଧି,ରାଜ ପଟନାୟକ,ଗୌତମ ହାଂସ,ସମ୍ବିତ ବିଷୋୟୀ,ବ୍ରହ୍ମାନନ୍ଦ ଦୋରା ,ସ୍ବେତାଲିନ ବେହେରା ,ରୋଜାଲିନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here