ଗୋରୁ ବେପାରୀଙ୍କ ଠାରୁ ଲୁଟ୍ … ଚମ୍ପଟ ବେଳେ ନିଜ ବୋମାରେ ଗଲା ନିଜ ଜୀବନ

0
153

ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ଗୋରୁ ବେପାରୀ ଠାରୁ ଲୁଟ୍ କରି ଫେରାର୍ ସମୟରେ ନିଜର ବୋମାରେ ନିଜେ ମୃତ୍ୟୁବରଣ କରିବା ଘଟଣା ଏବେ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ଏପରି ଏକ ଘଟଣା ଘଟିଛି ଭଞ୍ଜନଗର ଥାନା ଅଂଚଳରେ । ସୂଚନା ଯୋଗ୍ୟ ଯେ ବେଲଗୁଣ୍ଠା ଠାରେ ସୋମବାର ହାଟ ଚାଲିଥିବା ସମୟରେ ୭ଜଣ ଦୁର୍ବୃତ ତିନୋଟି ବାଇକରେ ଆସି ଏକ ଗୋରୁ ବେପାରୀଙ୍କୁ ମାଉଜର ଦେଖାଇ ତାଙ୍କ ଠାରୁ ୧ଲକ୍ଷ ୧୦ ହଜାର ଲୁଟ୍ କରି ଫେରାର୍ ହୋଇଯାଇଥିଲେ । ଏନେଇ ଗୋରୁ ବେପାରୀ ଜଣକ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗାଙ୍ଗପୁର ଥାନା ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ସମସ୍ତ ପିଛା କରିଥିଲା । ପୁଲିସକୁ ଦେଖି ଦୁର୍ବୃତ ମାନେ ପୁଲିସ ଉପରକୁ ଗୁଳି ମାଡ଼ କରିଥିଲେ । ଏହାର ପାଲଟା ଯବାବରେ ପୁଲିସ ମଧ୍ୟ ଦୁର୍ବୃତ ମାନଙ୍କ ଉପରକୁ ଗୁଳି ଚାଲନା କରିଥିଲେ । ଦୁର୍ବୃତ ମାନେ ଦ୍ରୁତ ଗତିରେ ଚାଲି ଯାଉଥିବା ବେଳେ ଜଣେ ଦୁର୍ବୃତଙ୍କର ବାଇକଟି ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲା । ଫଳରେ ନିଜ ପାଖରେ ଥିବା ବୋମାଟି ଫୁଟି ଯାଇଥିଲା । ଫଳରେ ବାଇକରେ ଥିବା ଦୁଇଜଣ ଦୁର୍ବୃତଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ ଆହତ ହୋଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଗାଙ୍ଗପୁର ଥାନା ଅଂଚଳର ଚରଣ ରାଉତ । ଦୁର୍ବୃତଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଦୁର୍ବୃତ ଫେରାର ଥିବା ପୁଲିସ ୂଚନା ଦେଇଛି । ପୁଲିସ ତା ପକେଟରୁ ୨୧ ହଜାର ଟଙ୍କା ଜବତ କରିବା ସହ ଗୋଟିଏ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here