ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ପାରଳାଖେମୁଣ୍ଡି-ଗୁଣୁପୁର ରେଳପଥ ପ୍ରତି ଅବହେଳା ନେଇ ବିଭିନ୍ନ ଦାବିପତ୍ର ପ୍ରଦାନ

0
169

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁୁ): ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ନୌପଡା-ପାରଳାଖେମୁଣ୍ଡି-ଗୁଣପୁର ରେଳପଥର ବିଭିନ୍ନ ଉନ୍ନତିକରଣ ପ୍ରତି ଚରମ ଅବହେଳାର ତୁରନ୍ତ ସମାଧାନ କରାଯିବା ନେଇ ଗଜପତି ଜିଲ୍ଲା ଉତ୍କଳ-ସମ୍ମିଳନୀ ର ଉପସଭାପତି ତଥା ବରିଷ୍ଠ ଆଇନଜୀବି ବଟକୃଷ୍ଣ ପାତ୍ର , ଏ ସମ୍ପର୍କରେ ରେଳବାଇ କର୍ତ୍ତୃପକ୍ଷଙ୍କ ସମେତ ଅନ୍ୟାନ୍ୟ ମାନଙ୍କୁ ସ୍ମାରକପତ୍ର ଦେଇଛନ୍ତି ।
ଆଇନଜୀବି ଶ୍ରୀ ପାତ୍ର ସ୍ମାରକପତ୍ର ରେ ଦର୍ଶାଇଛନ୍ତି ଯେ ନୌପଡ଼ାଠାରୁ ଗୁଣପୁର ଭାୟା ପାରଳାଖେମୁଣ୍ଡି ମଧ୍ୟରେ ପାରଳାଖେମୁଣ୍ଡିର ତତ-କାଳୀନ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ବାରା ପ୍ରତିଷ୍ଠିତ ଏବଂ ପ୍ରଚଳିତ ଛୋଟ ରେଳପଥର ଛୋଟ ରେଳ ଯାତାୟାତ କରୁଥିଲା । ସେ ସମୟରେ ଏହି ନୌପଡ଼ା–ପାରଳାଖେମୁଣ୍ଡି ରେଳ ଷ୍ଟେସନ ରହିଥିବା ୩ ଟି ଷ୍ଟେସନ ଗାଂଗୁଵାଡା଼ , ପାରଳାଖେମୁଣ୍ଡି ଓ କାଶୀନଗର ମଧ୍ୟରେ ଚଳ-ପ୍ରଚଳ୍ କରୁଥିବା ଟ୍ରେନ ଗୁଡ଼ିକ ଏହି ୩ ଷ୍ଟେସନରେ ହିଁ ଟ୍ରେନ କ୍ରସିଂ କରିବାର ସୁବିଧା-ବ୍ୟବସ୍ଥା ରହିଥିଲା । ଯାହାକି , ଅତି ସହଜରେ ଚଳପ୍ରଚଳ୍ କରୁଥିବା ରେଳ ଗୁଡ଼ିକ ଏହିଠାରେ କ୍ରସିଂ ହୋଇ ଯିବା-ଆସିବା କରୁଥିଲା ।
ବର୍ତମାନ କିନ୍ତୁ ଏହି ଛୋଟ ରେଳପଥଟି ଵ୍ରଡ-ଗେଜ୍ ରେଳପଥ ରେ ପରିଣତ କରାଯିବା ପରେ, ଏହି ରେଳପଥ ରେ ବର୍ତମାନ ଅନେକ ଟ୍ରେନ ଚଳାଚଳ କରୁଛି । କିନ୍ତୁ ପୂର୍ବଭଳି ମଧ୍ୟବ୍ବର୍ତ୍ତି ଷ୍ଟେସନ ଗୁଡ଼ିକରେ ଆଉ ସେହି ଟ୍ରେନ-କ୍ରସିଂର୍ କୋଣସି ସୁବିଧା-ବ୍ୟବସ୍ଥା ନାହିଁ । ହେଲେ ଏ ନେଇ ଗତ କିଛିବର୍ଷ ତଳେ ଅଞ୍ଚଳବାସୀ ରେଳ କର୍ତ୍ତୃପକ୍ଷଙ୍କ ଠାରେ ବହୁବାର ଦାବି କରି ଜଣାଇବା ପରେ କେବଳ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ରେଳ-କ୍ରସିଂର୍ ସୁବିଧା ବ୍ୟବସ୍ଥା ପରବର୍ତ୍ତୀ କାଳରେ କରାଯାଇଥିଲା ।
ଏହି ରେଳପଥରେ ଚଳାଚଳ କରୁଥିବା ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନଙ୍କୁ ଆସୁଥିବା ପାସେଞ୍ଜର ଟ୍ରେନ, ଆଗ ଷ୍ଟେସନରେ ପହଁଚିବା ପୂର୍ବ- ପର‌୍ୟ୍ୟନ୍ତ ପୂର୍ବ କ୍ରସିଂ ଷ୍ଟେସନରେ ପଡିର୍ହିବାକୁ ପଡୁଛି , ଯାହା-ଫଳରେ। ଅସଂଖ୍ୟ ଯାତ୍ରୀଙ୍କୁ ଅକଥନୀୟ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । କାରଣ , କଟକ କିମ୍ବା ଭୁବନେଶ୍ୱରରେ ଟ୍ରେନ ପହଞ୍ଚିଲା ବେଳକୁ ରାତ୍ର ୧୨ ଟାରୁ ଅଧିକ ସମୟ ହୋଇଯାଉଛି । ଯାହାକି , ଏହା “” ଘରେ ଦୀପ ନ ଥିଲା ବେଳକୁ–ଗୁହାଳ ଙ୍କୁ ଦୀପ ଦେଖାଇବା ଭଳି ସଦୃଶ ହୋଇପଡୁଛି ।
ଗୁଣପୁରୄ ଏବଂ ପାରଳାଖେମୁଣ୍ଡି ଛାଡିଦେଲେ ଅନ୍ୟ ଷ୍ଟେସନ ଗୁଡ଼ିକରେ ଷ୍ଟେସନ ମାଷ୍ଟର ନାହାନ୍ତି କି ଏହି ପଥରେ ସିଗ୍ନାଲ ମଧ୍ୟ କାମ କରୁନାହିଁ । ଏହାଛଡା , ଷ୍ଟେସନ ଗୁଡ଼ିକରେ ପ୍ଲାଟ୍ୱଫର୍ମ ଗୁଡ଼ିକର ଉଚ୍ଚତା ମଧ୍ୟ ଅଧିକ କମ ଥିବା ଯୋଗୁଁ ବିଭିନ୍ନ ରକମର ଯାତ୍ରୀ ମାନଙ୍କୁ ଟ୍ରେନ ଉପରକୁ ଚଢି ଭିତରକୁ ଯିବା ପାଈଁ ମଧ୍ୟ ବହୁ କଷ୍ଟ ରେ ଯିବାକୁ ପଡୁଛି ।
ଏସବୁକୁ ଦୃଷ୍ଟିରେ ରଖି , ଗଜପତି ଜିଲ୍ଲା ଉତ୍କଳ-ସମ୍ମିଳନୀ ର ଉପ-ସଭାପତି ତଥା ବରିଷ୍ଠ ଆଇନଜିବି ଶ୍ରୀ ବଟକୃଷ୍ଣ ପାତ୍ର ରେଳବାଇ କର୍ତ୍ତୃପକ୍ଷ ନୂଆଦିଲ୍ଲୀ ଙ୍କ ସମେତ କେନ୍ଦ୍ର-ରେଳମନ୍ତ୍ରୀ , ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ୱାଲଟିଆର ଡ଼ିଆରଏମ ଏବଂ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ଏହାର ତୁରନ୍ତ ସମାଧାନ ପାଈଁ ସ୍ମାରକପତ୍ର ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here