ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ହିଞ୍ଜିଳି କାଟୁ ଥାନା ପରିସରକୁ ଲାଗି ରହିଥିବା ପରିବା ମାର୍କେଟରେ ଗତ ଶନିବାର ରାତିରେ ୯ଟି ବିଭିନ୍ନ ଦୋକାନରୁ ଚୋରି କଳା କନା ବୁଲାଇଥିଲେ ଘଟଣା କୁ ୨୪ ଘଣ୍ଟା ନପୁରିବା ଆଗରୁ ଚୋରି ଘଟଣା ରେ ଦୁଇ ନାବାଳକକୁ ହିଞ୍ଜିଳି ପୁଲିସ ଅଟକ ରଖିବା ସହ ସେମାନଙ୍କ ଠାରୁ ୩୩୨୪୦ ନଗଦ ଟଙ୍କା ଓ ଗୋଟିଏ ଲୁହା ଶାବଳ ଜବତ କରାଯାଇଥିବା ଆଇଆଇସି ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି। ଗୋଟିଏ ଦୃଷ୍ଟି ରୁ କହିବାକୁ ଗଲେ ହିଞ୍ଜିଳି ପୋଲିସ ଏକ ବଡ଼ ସଫଳତା ମିଳିପାରିଛି କିନ୍ତୁ ଘଟଣା ଦିନ ସୁନା ବେଶ ଥିବା ହେତୁ ରାମାୟଣ ନାଟକ ଅନୁଷ୍ଠିତ ହୋଇଥିବା ବେଳେ ରାତିରେ ଲୋକଙ୍କ ଚଳପ୍ରଚଳ ରହିଥିବା ବେଳେ ଦୈନନ୍ଦିନ ବ୍ୟବସାୟୀ ମାନେ ଦୋକାନ ବନ୍ଦ କରି ପ୍ରାୟ ୧୨ଟାରେ ଘରକୁ ଫେରୁଥିବା ବେଳେ ଅନ୍ୟ କିଛି ପରିବା ବ୍ୟବସାୟୀ ଅନ୍ୟ ଅଂଚଳରୁ ଆସିଥିବା ପନିପରିବା ଅନଲୋଡ଼ କରିବା ପାଇଁ ଭୋରରୁ ଆସିଯାଇଥାନ୍ତି। ତେବେ ମାତ୍ର ତିନି ରୁ ଅଢେଇ ଘଣ୍ଟା ବ୍ୟବଧାନରେ ଦୁଇ ନାବାଳକ କିପରି ୯ଟି ଦୋକାନର ତାଲା ଭାଙ୍ଗି କଳାକନା ବୁଲାଇବାରେ ସଫଳ ହେଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।