ବୀରମହାରାଜପୁର(ଓବି ନ୍ୟୁଜ)(ସୂର୍ଯ୍ୟ ନାରାୟଣ ପଣ୍ଡା )- ଗ୍ରାମାଞ୍ଚଳରେ ସ୍ୱଚ୍ଛତା ପାଇଁ ସରକାର ବିଭିନ୍ନ ସଚେତନତା କାଯ୍ୟକ୍ରମ ସହ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି ! କିନ୍ତୁ ବୀରମହାରାଜପୁର ବ୍ଲକ ରେ ସରକାର ଙ୍କ ସ୍ୱଚ୍ଛ ଭାରତ ଯୋଜନା ପ୍ରହସନ ପାଲଟିଛି ! ବୀରମହାରାଜପୁର ବ୍ଲକ ସଦର ମହକୁମା ରାସ୍ତା କଡରେ ଅଧିକାଂଶ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଏଣେ ତେଣେ ବିକ୍ଷିପ୍ତ ଭାବେ ପଡ଼ିରହିଥିବା ସହିତ ପ୍ରତ୍ୟେକ ଦିନ ବସୁଥିବା ବଜାର ରେ ପଚା ପରିବା, ମାଛ ବାଜ୍ୟବସ୍ତୁ ପଡି ରହିବାରୁ ପଚିଷଢ଼ୀ ଦୃଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ! ପ୍ରତ୍ୟକ ଦିନ ହଜାର ହଜାର ଶ୍ରଦ୍ଧାଳୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମେତ ସ୍କୁଲ କଲେଜ, ଡାକ୍ତରଖାନା କୁ ଯା ଆସ କରୁଛନ୍ତି ମାତ୍ର ବଜାରରେ ଅଧିକାଂଶ ସ୍ଥାନ ରେ ଏପରି ବାଜ୍ୟ ବସ୍ତୁ ପଡି ରହିଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ! ଏପରିକି ଗ୍ରାମାଞ୍ଚଳ ର ବିକାଶ ପାଇଁ ଗଢି ଉଠିଥିବା ନାଗରିକ କମିଟି, ସ୍ବେଛାସେବୀ ଅନୁଷ୍ଠାନ, ସ୍ଥାନୀୟ ପ୍ରଶାସନ ତଥା ପଂଚାୟତ କତ୍ତୃପକ୍ଷ ଅନେଇ କୋଣସି ପଦକ୍ଷେପ ନନେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ! ଅନ୍ୟ ପକ୍ଷରେ ବୀରମହାରାଜପୁର ମୁଖ୍ୟ ଛକ ରେ ଜଣେ ମାନସିକ ବିକୃତ ମହିଳା ସ୍ୱଚ୍ଛତାର ମୂଲ୍ୟ ବେଶ ଭଲ ଭାବରେ ବୁଝିବା ସହିତ ଅଳିଆ ଆବର୍ଜନା ସଫା କରୁଥିବା ଦେଖିବାକୁ ମିଳିଛି ! କିନ୍ତୁ ଏହି ରାସ୍ତା ଦେଇ ଯାଉଥିବା ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ରାସ୍ତା ଉପରେ ପଡିରହିଥିବା ଆବର୍ଜନା ଦେଖି ନିରବଦ୍ରଷ୍ଟା ସାଜିଛନ୍ତି ! ଅପରପକ୍ଷରେ ଏଠାରେ ପାଣି ନିଷ୍କାସନ ବ୍ୟବସ୍ତା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ଦୀଘଦିନ ଧରି ପାଣି ଜମି ରହୁଛି ! ସରକାରୀ ଯୋଜନା ଏଭଳି ଵିପଯ୍ୟସ୍ତ ବ୍ୟବସ୍ଥା ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ! ରାଜ୍ୟ ସରକାର ଓ ସ୍ଥାନୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି !!