ରଜକ ସମାଜର ବାର୍ଷିକ ଉତ୍ସବ

0
33

ବେଗୁନିଆପଡ଼ା (ଓବି ନ୍ୟୁଜ)(ଗାୟତ୍ରୀ ଦେବୀ): ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଶାଲବଣ ମା ଯୋଡ଼କୟାଁ ପୀଠଠାରେ ଖଲାଡ଼ି ମୁଠା ରଜକ ସମାଜର ବାର୍ଷିକ ଉତ୍ସବ ଓ ସଭାପତି ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଆଠଗଡ଼ ତାଲୁକା ସଭାପତି ଭାସ୍କର ସେଠୀ, ସମ୍ମାନିତ ଅତିଥି ଭାବେ ତାଲୁକା ଅନ୍ତର୍ଗତ ବିଭିନ୍ନ କର୍ମକର୍ତାମାନେ ଯୋଗ ଦେଇଥିଲେ । ମୁଠାର ନୂତନ ସଭାପତି ଭାବେ ଯୋଗୀନ୍ଦ୍ର ସେଠୀଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଠାର ଶିକ୍ଷକମାନଙ୍କୁ ସମ୍ମାନିତ କରାଯିବା ସହିତ ଦଶମ ଶ୍ରେଣୀରେ ଉତିର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟଅତିଥି ଓ ଆମନ୍ତ୍ରିତ ଅତିଥି ଗଣ ନିଜ ଭାଷଣରେ ରଜକ ସମାଜର ଉନ୍ନତି ନିମନ୍ତେ ପ୍ରତ୍ୟେକ କର୍ମକର୍ତାଙ୍କ ଯୋଗଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମାଜର ଅବହେଳିତ ବୃଦ୍ଧବୃଦ୍ଧା, ଗରିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଥଇଥାନ, ବାଲ୍ୟବିବାହ ଓ ଯୌତୁକ ପ୍ରଥାର ଘୋର ବିରୋଧ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଂଚଳିକ ସାମୁହିକମାନଙ୍କ ଅତିଥି ରୂପେ ଆମନ୍ତ୍ରିତ କରାଯାଇ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here