ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ହିଞ୍ଜିଳିକାଟୁ ସ୍ଥିତ ଖେଳ ପଡିଆ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛ ଏଥିରେ ମୁଖ୍ୟ ଅତିଥି ଭାବେ ସଂଘର ଜିଲ୍ଲା ସେବା ପ୍ରମୁଖ ଅନ୍ତର୍ୟ୍ୟାମୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଡଃ ପ୍ରଭାକର ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଧ୍ବଜ ବନ୍ଦନା କରି ଧ୍ବଜ ନିକଟରେ ନିଜର ରାଶି ବା ଟଙ୍କା ଅର୍ପଣ କରିଥିଲେ ଅତିଥି ମାନେ ଗୁରୁପୂର୍ଣ୍ଣିମା ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ହିଞ୍ଜିଳିକାଟୁ ସଂଘ ଖଣ୍ଡ ଶାରୀରିକ ପ୍ରମୁଖ ସନ୍ନ୍ୟାସୀ ପୁଷ୍ଟି, ଉମା ପାଢୀ, ଡକ୍ଟର ବୁଦାବନ ପାଢୀ, କୁମୁଦ ପାଢ଼ୀ,ରାଜେନ୍ଦ୍ର ପାଢ଼ୀ,କଳାକାର ପୃଷ୍ଟି ହିଞ୍ଜିଳିକାଟୁ କୁଟୁମ୍ବ ପ୍ରବେଧନ ପ୍ରମୁଖ , ଦେବେନ୍ଦ୍ର ସାହୁ,ବିଜେପି ନଗର ସଭାପତି ମାଧବ ଗୌଡ, କରୁଣାକର ବାଡତ୍ୟା ଉପସ୍ଥିତ ଥିଲେ ସେହି ପରି ହିଞ୍ଜିଳି ବ୍ଲକ ଓ ଆଖପାଖ ଗ୍ରାମ ବ୍ରାହ୍ମଣଛାଇ, ପିତଳ, ନରେନ୍ଦ୍ର ପୁରୁ, ପୋଡଙ୍ଗି, ଶିକିରି, ରାଳବ ସାପୁଆ ପଲ୍ଲୀ, ଗିରିଆ, ଆଲପୁର, ରାଳବ, ଅନ୍ତରିଗାଁ ରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଆନନ୍ଦ ର ସହ ପାଳିତ ହୋଇଯାଇଛି ।