ମଧ୍ୟପ୍ରଦେଶରେ ଅତଡ଼ା ଖସି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

    0
    54

    ବେଲଗୁଣ୍ଠା(ଓବି ନ୍ୟୁଜ)(ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ବଡ଼ଦାଣ୍ଡ ସାହିର ଶିଶିର ବିଷୋୟୀ (୩୫) ଗ୍ରାମରେ ବାକି ବକର ହୋଇ ଯିବାରୁ ଜଣେ କଂଟ୍ରାକ୍ଟରଙ୍କ ଅଧିକା ରୋଜଗାର ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାରେ ଚାଲିଥିବା ମଂଟେନା କନଷ୍ଟ୍ରକସନକୁ ୨ ମାସ ତଳେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ । ଅଣ୍ଡରଗ୍ରାଉଣ୍ଡରେ କାମ କରୁଥିବାବେଳେ ୧୩ ତାରିଖ ମଧ୍ୟ ରାତ୍ରରେ ଅତଡ଼ା ଖସିଥିଲା । ମାଟି ଭିତରେ ଚାପି ହୋଇ ସେହି ରାତିରେ ହିଁ ଶିଶିରର ମୃତ୍ୟୁ ହୋଇଯାଇଥିଲା । ୧୪ ତାରିଖ ସକାଳେ ଅଣ୍ଡରଗ୍ରାଉଣ୍ଡରୁ ଶିଶିରର ଶବ ଉଦ୍ଧାର କରିବା ପରେ ରାମପୁର ପୁଲିସ ଶବକୁ ଜବତ କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ହେବା ପରେ ସମ୍ପୃକ୍ତ କଂଟ୍ରାକ୍ଟର ପୂର୍ବାଲାମା ଓ କନଷ୍ଟ୍ରକସନର ମ୍ୟାନେଜର ପିଆର ରାଠୋର ଏକ ଆମ୍ବୁଲାନ୍ସରେ ଶିଶିରର ଶବକୁ ନିଜ ଗ୍ରାମ ଗାଙ୍ଗପୁରରେ ପହଂଚିଥିଲେ । ଶବ ଗାଙ୍ଗପୁରରେ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁ ଶ୍ମଶାନରେ ତାର ଶବ ସଂସ୍କାର କରାଯାଇଥିଲା । ଶଶିର ତିନି ବର୍ଷ ତଳେ ବିବାହ କରିଥିବାବେଳେ ଦେଢ଼ ବର୍ଷର ଶିଶୁ କନ୍ୟା ଅଛି । ତାର ସ୍ତ୍ରୀକୁ ସରକାରୀ ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

    LEAVE A REPLY

    Please enter your comment!
    Please enter your name here