ବେଲଗୁଣ୍ଠା (ଓବି ନ୍ୟୁଜ)(ସନ୍ତୋଷ ବିଷୋୟୀ):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରତାପଲକ୍ଷ୍ମଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର କୋଠା ହସ୍ତାନ୍ତର, ଶିକ୍ଷକ ଅଭାବ ସମ୍ପର୍କରେ ଅନୁଧ୍ୟାନ କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅଭିଭାବକ ମାନଙ୍କ ତରଫରୁ ସିମାଂଚଳ ବିଷୋୟୀଙ୍କ ନେତୃତ୍ୱରେ ଅଭିଭାବକ ମଣ୍ଡଳୀ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଭେଟି ସମସ୍ୟା ଜଣାଇଥିଲେ । ଜିଲ୍ଲାପାଳ ବିଦ୍ୟାଳୟକୁ ଆସି ସମସ୍ୟା ବୁଝିବା ସହ ପରିସରେ ବୃକ୍ଷରୋପଣ କରିଥିଳେ । ପରବର୍ତୀ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଭାପତିତ୍ୱରେ ଆଦର୍ଶ ବିଦ୍ୟାଳୟ ପରିଚାଳନା ପରିଷଦର ବୈଠ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଦେବବ୍ରତ ସାହୁ, ବିଡିଓ ସରୋଜ କୁମାର ବେହେରା, ସ୍ୱାସ୍ଥ୍ୟ ତତ୍ୱାବଧାରକ ଡଃ. ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଚନ୍ଦ୍ରଭାନୁ ପାଢୀ, ଅମୂଲ୍ୟ ଦାସ, ମଧୁସୁଦନ ସେଠୀ, ସରପଂଚ ରାଜେନ୍ଦ୍ର ଗୌଡ଼, ବିଦ୍ୟାଳୟ ଅଧ୍ୟକ୍ଷ ସଦାଶିବ ପ୍ରଧାନ, ଛାତ୍ର ପ୍ରତିନିଧି ଓମ୍ ଯୋଗ ଦେି ବିଦ୍ୟାଳୟର କୋଠାବାଡ଼ି ହସ୍ତାନ୍ତର, ବିଜ୍ଞାନାଗାର, ଶୌଚାଳୟ, ଶିକ୍ଷକ ଅଭାବ ସଂପର୍କରେ ଆଲୋଚନା କରି ସମାଧାନର ପନ୍ଥା ନିରୁପଣ କରିଥିଲେ । ବିଦ୍ୟାଳୟ ପାଇଁ ସଡ଼କ ବ୍ୟବସ୍ଥା, ଖେଳ ପନିଆ, କ୍ରୀଡ଼ା ଉପକରଣ ଯୋଗାଣ ଉପରେ ସଭାପତି ଗୁରୁତ୍ୱାରୋପ କରିଥିଲେ । ଡଃ. ଦୁର୍ଗା ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଶାନ୍ତ କୁମାର ବାଡ଼ତ୍ୟା ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଓ ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରି ପିଲାଟିଏ ଗଛଟିଏ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।