ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା): ରମ୍ଭା ଆନ୍ଧ୍ର ବ୍ୟାଙ୍କ ପରିସରରେ ଆନ୍ଧ୍ର ବ୍ୟାଙ୍କ ଆନୁକୂଲ୍ୟରେ କୃଷିଋଣ ସମ୍ପର୍କିତ ସଚେତନତା ମେଳା ଅନୁଷ୍ଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସଖା ପରିଚାଳକ ସୌମେନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ADM କବିନ୍ଦ୍ର କୁମାର ସାହୁ ଯୋଗ କୃଷକର ଉନ୍ନତି ହୋଇପାରିଲେ ଦେଶର ବିକାଶ ହୋଇପାରିବ ତେଣୁ ବ୍ୟାଙ୍କ ରୁ କୃଷି ଋଣ ନେଇ ଆଧୁନିକ ପ୍ରଣାଳୀ ରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ବ୍ୟାଙ୍କ ଡେପୁଟି ଜେନେରାଲ ମ୍ୟାନେଜର ଭୁବନେଶ୍ୱର ନାୟକ ଯୋଗ ଦେଇ ଆନ୍ଧ୍ର ବ୍ୟାଙ୍କ ଋଣ ମାଧ୍ୟମରେ କମ ସୁଧ,ସପସିଟି ର ଲାଭ ଉଠାଇବା ସହ ଠିକ ସମୟରେ ଋଣ ପରିଶୋଧ କରି ନିଜର ଆର୍ଥିକ ଅଭିବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଥିଲେ।ସଂମାନିତ ଅତିଥିଭାବେ ସୁରେନ୍ଦ୍ର କୁମାର ଚୌଧୁରୀ ଯୋଗଦେଇ ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ କରି କୃଷି ଋଣ ରେ ସାମିଲ ହେବାପାଇଁ ଚାଷୀ କୁଳ ଙ୍କୁ ଆହ୍ବାନ ଦେଇଥିଲେ। ଗଂଜାମ ଜିଲ୍ଲାର ପ୍ରାୟ 8 ହଜାର ଚାଷୀ ଆନ୍ଧ୍ର ବ୍ୟାଙ୍କ ରୁ କୃଷି ଋଣ ନେଇ ଉପକୃତ ହୋଇଥିବା ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ 47 ଜଣ ଚାଷୀ ଙ୍କୁ ଅନ୍ଧ୍ରବ୍ୟାଙ୍କ ପକ୍ଷରୁ କୃଷିରୁଣ ନିମନ୍ତେ ପ୍ରାଣ ପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳ ର ବହୁସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ।