ମହୁ ବିକ୍ରି ବାହାନାରେ ଘରେପଶି ଲୁଟ୍ : ଲୁଟେରା ଫେରାର ହେବା ବେଳେ ସ୍ଥାନୀୟ ଯୁବକ କାବୁ କଲେ

0
165

ହିଂଜିଳିକାଟୁ (ଓବି ନ୍ୟୁଜ)( ପବିତ୍ର କୁମାର ପାତ୍ର ):ହିଂଜିଳିକାଟୁ ଥାନା ଅଚଳରେ ଗତ କିଛି ଦିନ ଧରି ବାରମ୍ବାର ଚୋରୀ ହେଉଥିବା ଯୋଗୁଁ ଅଂଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଗୋଟିଏ ଘଟଣା ମନରୁ ନଯିବା ଆଗରୁ ପୌରାଂଚଳ ବ୍ଳକ କଲୋନୀର ସୁଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବୃଦ୍ଧ ପିତା ମାତା ରହୁଥିବା ବେଳେ ଖାର ବେଳେ ବିହାର ଅଂଚଳର ଜୈନିକ ନାବାଳକ ମହୁ ବିକ୍ରି କରିବା ବାହାନାରେ ଆସି ସଂପୃକ୍ତ ବ୍ୟକ୍ତିଙ୍କ ଘର ମଧ୍ୟରେ ପଶି ଆଲମିରା ମଧ୍ୟରୁ ସୁନା ଚେନ ,ରୁପା ପାଉଁଜି,କାନଫୁଲ, ସୁନା ମୁଦି ସମେତ ନଗଦ ୫ ଶହ ଟଙ୍କା ଚୋରୀ କରୁଥିବା ବେଳେ ସୁଶାନ୍ତଙ୍କ ସ୍ତ୍ରୀ ଅଙ୍ଗନବାଡିରୁ କାର୍ଯ୍ୟ ସାରି ଘରକୁ ଫେରିଥିଲେ ଓ ପ୍ରଥମେ ଘର ବାହାରେ ଚପଳ ଦେଖି ଘରକୁ କିଏ ଆସିଛି ବୋଲି ଦେଖିବା ବେଳେ ଅଜଣା ନାବାଳକ ଦେଖି ଚୋର ବୋଲି କହି ଚିତ୍କାର କରିଥିଲେ । ନାବାଳକ ଜଣକ ଘରର ସିଡ଼ି ପଟ ଦେଇ ଫେରାର ହୋଇ ଯାଇଥିଲା। ଘର ବାହାରକୁ ଆସି ମହିଳା ଜଣକ ସାହି ପଡେ଼ାଶୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଚୋରୀ କରୁଥିବା ନାବାଳକକୁ ସ୍ଥାନୀୟ ଯୁବକ ମାନେ ଖୋଜି ଖୋଜି କରି ସ୍ଥାନୀୟ ନବୀନ ଭବନ ପାଖ ରେ କାବୁ କରି ହିଂଜିଳି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଟିମ୍ ଘଟଣା ସ୍ଥଳରେ ପଂହଚି ନାବାଳକଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରି ଏନେଇ ୧୭୮ ନଂରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ଅନ୍ୟ ରାଜ୍ୟରୁ ମହୁ, ଦୋଳି ଜିନିଷ ବିକ୍ରି କରିବା ପାଇଁ ଓ ଭଗବାନଙ୍କ ନାମ ରେ ଟଙ୍କା ମିଗିବା ପାଇଁ ଆସୁଥିବା ସନ୍ଧିଗ୍ଦ ବ୍ୟକ୍ତି ବିଶେଷଙ୍କ ଉପରେ ପୋଲିସ ନଜର ରଖିବାକୁ ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here