ଅଚିହ୍ନା ଲୋକର ମୃତ ଦେହ ଉଦ୍ଧାର

0
55

ବେଗୁନିଆପଡ଼ା (ଓବି ନ୍ୟୁଜ):କୋଦଳା ଥାନା ଅନ୍ତର୍ଗତ ଭୋଦୁଆ ଗ୍ରାମ ଠାରୁ ତିନିଶହ ମିଟର ଦୂର ବାଘୁଆ ନାଳର ଏକ ଚେକଡ୍ୟାମ ନିକଟରୁ ଏକ ଅଜଣା ଅଚି଼ହ୍ନl ଲୋକର ମୃତ ଦେହ ଉଦ୍ଧାର କରିଛି କୋଦଳା ପୋଲିସ l ଭୋଦୁଆ ଗ୍ରାମର କିଛି ଲୋକ ସାମ୍ବାଦିକ ମାନଙ୍କୁ ମୃତଦେହ ପଡିଥିବାର ଖବର ଦେବା ପରେ ସାମ୍ବାଦିକ ସଂଘର ସାମ୍ବାଦିକ ମାନେ ଘଟଣା ସ୍ଥଳରେ ପହଞ୍ଚି କୋଦଳା ଥାନା ଅଧିକାରୀଙ୍କୁ ଏହି ବିଷୟରେ ଜଣାଇବା ପରେ କୋଦଳା ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଏସଆଇ ଲୋକନାଥ ବେହେରା, ଆର.ଏନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତୁ ମାମଲା କେସ ନଂ 4/2019ରେ ରୁଜୁକରି ଶବକୁ ବ୍ୟବଛେଦ ପାଇଁ ପଠାହୋଇଛି l ଶବ ବ୍ୟବଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କୋଦଳା ପୁଲିସ କହୁଛନ୍ତି ଏବଂ ତଦନ୍ତ ଚଳାଇଛି l

LEAVE A REPLY

Please enter your comment!
Please enter your name here