ପଂଚାୟତ ପ୍ରତିନିଧି ମାନଂକ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
57

ଗଜପତି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁ):ପାରଳାଖେମୁଣ୍ଡି ସ୍ଥିତ ସୁରକ୍ଷା ସ୍ବେଛାସେବୀ ଅନୁଷ୍ଠାନ କାର୍ଯ୍ୟ।ଲୟ ସଭାଗୃହ ଠାରେ , ଅନୁଷ୍ଠାନ ପକ୍ଷରୁ ରାଜ୍ୟ ଗ୍ରାମ୍ୟ-ଉନ୍ନୟନ ଓ ପଂଚାୟତରାଜ ବିଭାଗ ଆନୁକୂଲ୍ୟରେ ପଂଚାୟତ ପ୍ରତିନିଧି ମାନଂକ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆମ ଗାଁ – ଆମ ବିକାଶ ସମ୍ପର୍କିତରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ , ସୁରକ୍ଷା ଅନୁଷ୍ଠାନର ମୁଖ୍ୟ ଏସ:ମୋତିଲାଲ ରେଡି ଙ୍କ ସଭାପତିତ୍ୱରେ , ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର କୈଳାସ୍ ମହାନ୍ତି ଯୋଗଦେଇ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ ପଂଚାୟତ ପ୍ରତିନିଧି ମାନଂକ ରହିଥିବା ଗୁରୁତ୍ବପୂର୍ଣ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ମୁଖ୍ୟତଃ , ଆମ ଗାଁ-ଆମ ବିକାଶ କାର୍ଯ୍ୟକ୍ରମ ଅନୁସାରେ ବିଭିନ୍ନ କ୍ଷେତ୍ରରେ ଗ୍ରାମାଞ୍ଚଳର ବିକାଶ କିଭଳି ହୋଇ-ପାରିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରି ହେଉଥିବା ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଗୁଡ଼ିକର ସଫଳ ରୂପାୟନ କିଭଳି ହୋଇପାରିବ ଏବଂ ଲୋକେ ସେଥିରୁ କିଭଳି ବିଶେଷ ଉପକୃତ ହୋଇପାରିବେ , ସେସବୁ ଉପରେ ବୁଝାଇ ସଚେତନ କରାଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ , ପ୍ରଶିକ୍ଷକ ଭାବେ ଦେବୀ ପ୍ରସାଦ ମିଶାଲ ଓ ସମୟ ଚୌଧୁରୀ ପ୍ରମୁଖ ଯୋଗଦେଇ ନୁଆଗଡ଼ ବ୍ଲକ ଅନ୍ତର୍ଗତ ଟାଁଗିଲି , ତାଵରଡା ଏବଂ ନୁଆଗଡ଼ ପ୍ରଭୃତି , ବିଭିନ୍ନ ପଂଚାୟତ ଅଂଚଳର ପଂଚାୟତ- ପ୍ରତିନିଧି , ଗ୍ରାମସେବକ ଓ ଆଶା-କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁରକ୍ଷା ଅନୁଷ୍ଠାନର ସଂଯୋଜକ ପ୍ରସନ୍ନ କୁମାର ଦଳେଇ ଏବଂ ବିଘ୍ନରାଜ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here