ବିଶ୍ବ ଯୁବ କୌଶଳ ଦିବସ

0
68

ଗଜପତି (ଓବି ନ୍ୟୁଜ):ଗଜପତି ଜିଲ୍ଲା ଆଳୁରୀ ନଗର ଠାରେ ଥିବା ସେଂଚୁରିଆନ ୟୁନିଭରସିଟି ର ଗ୍ରାମ ତରଙ୍ଗ ଅନୁଷ୍ଠାନ ଓ ରିଲାଏନ୍ସ ଫାଉଣ୍ଡେସ୍ନ ର ମିଳିତ ସହଯୋଗରେ ସେଂଚୁରିଆଁନ ୟୁନିଭରସିଟି ପରିସରରେ ବିଶ୍ବ ଯୁବ କୌଶଳ ଦିବସ-୨୦୧୯ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଓଡିଶାର ଯୁବକ , ଯୁବତୀ ଓ ଯୁବା ଚାଷୀ ମାନଂକ ପାଈଁ ଏକ ଅଡିଓ କନଫରେନସିଂ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୨୦୦ ରୁ ଅଧିକ ଯୁବକ ଯୁବତୀ ମାନେ ଭାଗ ନେଇ କୌଶଳ , ଦକ୍ଷତା ଓ ରୋଜଗାର ସମ୍ବନ୍ଧୀୟ ୪୦ ରୁ ଅଧିକ ପ୍ରଶ୍ନ ପଚାରି ବୁଝି ଯଥୋଚିତ ଉତ୍ତର ପାଇବା ସହ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ବାଛିବାରେ ଆବଶ୍ୟକ ସହାୟତା ନେଇଥିଲେ । ଏହି ଆଲୋଚନାରେ ଭାଗ ନେଇ ଗ୍ରାମ-ତରଙ୍ଗ ଓ ସେଂଚୁରିଆନ ୟୁନିଭରସିଟି ର ଡ଼ଃ ସଦତ ଅଲ୍ଲୀ , ଡ଼ଃ ସୌରଭ ବର୍ମନ , ଦିପତି ମଇ ପାତ୍ର , ଚିତ୍ରାସେନ ପାଢ଼ୀ , ସୁଦିପ୍ତ। ପଟନାୟକ ଓ ଦୀପାୟା।ନ ପାଚି ପ୍ରମୁଖ ଯୋଗ ଦେଇ ଯୁବା କୈଷ୍ଲ ବିକାଶ ସମ୍ବନ୍ଧୀୟ ଉତ୍ତର ରଖିବ ସଂଗେ ସଂଗେ ନିଜର ମତ ପ୍ରଦାନ କରିଥିଲେ ।

ଏହି ଅବସରରେ ସେଂଚୁରିଆନ ୟୁନିଭରସିଟିର୍ ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ରଙ୍କ ଦ୍ବାରା ନୀତି ଆୟୋଗ ଦ୍ବାରା ଘୋଷିତ ହୋଇଥିବା ଢିସ୍ଯାର୍ ୧୦ ଟି ଆସପିରେଶନାଲ ଜିଲ୍ଲା ଗୁଡ଼ିକର ଯୁବା-ସମାଜ ପାଈଁ କୌଶଳ ବିକାଶ ସମ୍ବନ୍ଧୀୟ ଭୋଏସ ମେସେଜ୍ ସେବା ଏବଂ ନିଉଜ ପେପର ବୁଲେଟିନର ଶୁଭାରମ୍ଭ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ରିଳାଏଂନ୍ସ ଫାଉଣ୍ଡେସନର ଶାନ୍ତନୁ ପାତ୍ର , ପ୍ରଶାନ୍ତ ପଣ୍ଡା , ମୁରଲୀ ଶତପଥି , ଏବଂ ଦିଲୀପ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here