ଜିଲ୍ଲା ସ୍ତରୀୟ ପରିସରଭୁକ୍ତ (ଇନଟରଫେସ୍) କାର୍ଯ୍ୟକ୍ରମ

2
54

ପାରଳାଖେମୁଣ୍ଡି (ଓବି ନ୍ୟୁଜ):ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର ସମ୍ମିଳନୀ କକ୍ଷ ଠାରେ କମ୍ୟୁନିଟି ରେଡିଓ ୯0-୮ , ଜନକଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ୟୁନିସେଫ ସହାୟତାରେ ଏକ ଜିଲ୍ଲାସ୍ତରୀୟ ଇନଟ ରଫେସ୍ ତଥା ପରିସରଭୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ଓ ଯୁବା ବୟସ ପ୍ରାପ୍ତ ମାନଙ୍କୁ “ସ୍ୱଚ୍ଛ ପରିବେଶ ଓ ସୁସ୍ଥ ଜୀବନ ଉପରେ କିଭଳି ସଚେତନ କରାଇ ସେମାନଙ୍କୁ ଏହାର ପରିସରଭୁକ୍ତ କରାଯାଇପାରିବ ସେ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠାନର ମୁଖ୍ୟ ଦୁର୍ଗା ମାଧବ ପଣ୍ଡା ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଷ୍ ସମ୍ପର୍କରେ କହିଥିଲେ । ଜିଲ୍ଲା ବନ ଖଣ୍ଡିୟ ଅଧିକାରୀ ଡିଏଫଂଓ ଶ୍ରୀ ବିବେକ କୁମାର ତ୍ୟାଗି , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ଓ ପଲିଥିନ ଆମ ପରିବେଶକୁ ଶୋଷଣ କରୁଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲାଷ୍ଟିକର ବ୍ୟବହାର ବହୁଳ ମାତ୍ରାରେ ବଢ଼ି ଚାଲିଛି । ଆମେ କଣ କରୁଛୁ , ଏବଂ ଏହାର ବ୍ୟବହାର ଦ୍ୱାରା ପରିବେଶ ଉପରେ କି ପ୍ରକାର ପ୍ରଭାବ ପଡୁଛି , ଏ ଦିଗରେ ଆମେ ସମ୍ପୂର୍ଣ ଭାବେ ସଚେତନ ହୋଇପାରିଲେ ହିଁ ଏହାର ବ୍ୟବହାରକୁ ରୋକ। -ଯାଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହି ଅଧିକାରୀ ଯୋଗ ଦେଇ ସହରରେ ଅଳିଆ-ଆବର୍ଜନା ବର୍ଜ୍ୟବସ୍ତୁର ସ୍ଥିତି ଏବଂ ଏ ଦିଗରେ ପୌରସଂସ୍ଥା ଓ ବାଣିଜ୍ୟିକ୍ ଏବଂ ଘରୋଇ ମାନଂକ ଭୂମିକା ଓ ଗୋଷ୍ଠି ସ୍ତରରେ ଏହାର ପରିଚାଳନା କିଭଳି ହେବା ଆବଶ୍ୟକ ତାହା ବୁଝାଇଥିଲେ । ସ୍ବାସ୍ଥ୍ୟ ମିଶନର ଡିପିଏମ ସୌମ୍ୟା ଗୌଡ ଏବଂ ଏଡ଼ିଏମଓ ଡ଼ଃ ପ୍ରଦୀପ କୁମାର ପାତ୍ର ପ୍ରମୁଖ ମଂଚସିନ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ଦ୍ବାରା ସ୍ବାସ୍ଥ୍ୟରେ ପଡୁଥିବା ପ୍ରଭାବ ସମ୍ପର୍କରେ କହି ଶୋଭାଯାତ୍ରା , ସଭା ,ମାସ ମିଡିଆ , ପୋଷ୍ଟର , ନାଚଗୀତ , ପଥପ୍ରାନ୍ତ ନାଟକ ପ୍ରଭୃତି ଦିଗରେ ପ୍ଲାଷ୍ଟିକ-ପଲିଥିନ ବ୍ୟବହାରରେ ପଡୁଥିବା ଙ୍କୁ-ପ୍ରଭାବ ଉପରେ ସଚେତନ କରାଯାଇପାରିଲେ ହିଁ ଏହାର ବ୍ୟବହାରକୁ ରୋକା ଯାଇପାରିବ ବୋଲି କହିଥିଲେ ।ଏହି ଅବସରରେ ଏକ ପ୍ରଶ୍ନୋତ୍ତର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅକ୍ଷୟ ମହାନ୍ତି ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଜନବାଣୀ କମ୍ୟୁନିଟି ରେଡିଓ ର ମିନାକ୍ଷୀ ଶବର , ସୌଦାମୀନି ନାୟକ ଏବଂ ରଶ୍ମିତା ଜେନା ପ୍ରମୁଖ ପରିଚାଳନା କରିଥିଲେ ।

2 COMMENTS

LEAVE A REPLY

Please enter your comment!
Please enter your name here