ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା): ରମ୍ଭା ଥାନା ଅନ୍ତର୍ଗତ ପାଲୁରୁ ଛକରେ ରହିଥିବା SBI ATM ଲୁଟ ଉଦ୍ୟମ ହୋଇଥିବା ଜଣାପଡିଛି।ଉକ୍ତ ଘଟଣା ସ୍ଥାନୀୟ ଅଂଚଳ ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଘଟଣା ସ୍ଥଳରେ SDPO ଉତ୍କଳ କେଶରୀ ଦାସ,ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ, ହୁମ୍ମା ଫାଣ୍ଡି ଅଧିକାରୀ ନରହରି ବିଶୋଇ, ସାଇଣ୍ଟିଫିକ ଅଧିକାରୀ ଅଖିଳ କୁମାର ସାମଲ,ମୌସୁମୀ ଦଳାଇ,ଏ. ବାଳ କ୍ରିଷ୍ଣା ରାଓ ପ୍ରମୁଖ ଙ୍କ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଥିବା ଜଣା ପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତ୍ରରେ ଉକ୍ତ ଛକ ଦେଇ ସ୍ଥାନୀୟ ପୋଲିସ ପେଟ୍ରୋଲିଂ କରି ହୁମ୍ମା ଅଭିମୁଖେ ଯିବା ପରେ ପୋଲିସ କୁ ଖବର ଆସିଥିଲା ATM କୋଠରୀ ମଧ୍ୟରେ ଶବ୍ଦ ହେଉଛି। ଉକ୍ତ ଏ ଟି ଏମ ନିକଟର ଅଞ୍ଚଳ ବାସୀ ଶବ୍ଦ ଶୁଣି ଉଠିପଡିବାରୁ ଦୁବୃତ୍ତ ମାନେ ଛତ୍ରଭଙ୍ଗ କରି ରାତ୍ର ଅନ୍ଧକାର ମଧ୍ୟରେ କେଉଁଠି ଲୁଚି ଯାଇ ଦଉଡି ଚାଲିଯାଇଥିଲେ।
ପ୍ରଥମେ ଏ ଟି ଏମ କୋଠରୀ ର ତାଲା କୁ ତଡା ଯାଇଥିବା ସତର ଖୋଲା ଯାଇଥିବା ବେଳେ ଏ ଟି ଏମ ମେସିନଟିକୁ ମଧ୍ୟ ତଳୁ ତଡା ଯାଇ ସଟର ନିକଟକୁ ଟେକି ଅଣାଯାଇଥିବା ଦେଖିବା କୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳ ବାସୀ ନ ଜାଣି ପାରିଥିଲେ ହୁଏତ ଦୁବୃତ୍ତ ମନେ ଏ ଟି ଏମ ମେସିନ ଟି କି ସେଠାରୁ କୌଣସି ଗାଡ଼ିରେ ଉଠାଇ ନେଇଯାଇଥାନ୍ତେ ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରୁ ପୋଲିସ ଏକ ଶାବଳ ଜବତ କରିଥିବା ଜଣା ପଡ଼ିଛି। ରମ୍ଭା ଥାନା ଇଲାକାରେ କିଛିଦିନ ହେଲା ଚୋରି ହାରି ବୃଦ୍ଧି ପାଉଥିବା ଅଭିଯୋଗ ହୋଉଥିବା ବେଳେ ଉକ୍ତ ଘଟଣା କୁ ନେଇ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ନ୍କ ପକ୍ଷରୁ ଦାବିହେଉଛି।