ସଙ୍କଟରେ କୃଷ୍ଣସାର ମୃଗ ଓ ବାଲି ହରିଣ, ସୁରକ୍ଷା ନେଇ ଚିନ୍ତା ପ୍ରତି : ମାସରେ ହେଉଛନ୍ତି ଦୁର୍ଘଟଣାର ଶିକାର

0
146

ବେଗୁନିଆପଡ଼ା (ଓବି ନ୍ୟୁଜ) : ଆଜି ସକାଳୁ କୋଦଳା ଠାରୁ ଖଲ୍ଲିକୋଟ ରାସ୍ତାର ଖରଖରି ପୋଲ ନିକଟ ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି l କେବଳ ଆଜି ନୂହେଁ, ପ୍ରତି ମାସରେ ଏହି ରାସ୍ତାରେ ନିଶ୍ଚିତ ଭାବେ ଗୋଟିଏ କିମ୍ବା ଦୁଇଟି ହରିଣ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି l କୋଦଳା ନିକଟସ୍ଥ ବେଗୁନିଆପଡ଼ା, ପୁସ୍ତପୁର୍, ଦାନପୁର୍, ଫାଶି, ରାଣୀପଡା, କଞ୍ଚଣା, ଆଦି ଗ୍ରାମ ନିକଟରେ ଥିବା ଜମି ଆଉ ପାହାଡ଼ ରେ ଏହି ମୃଗ ମାନଙ୍କର ଆଶ୍ରୟ ସ୍ଥାଳୀ ଥିବାବେଳେ ଏମାନେ ପ୍ରlୟତଃ କୋଦଳା ଠାରୁ ଖଲ୍ଲିକୋଟ ଦେଇ ଯାଇଥିବା ରାଜ୍ୟ ରାଜପଥ 30 କୁ ଅତିକ୍ରମ କରି ଏପାଖ ସେପାଖ ବିଚରଣ କରିଥାନ୍ତି l ବନ ବିଭାଗ ପକ୍ଷରୁ ଏମାନଙ୍କ ସୁରକ୍ଷା ପାଇଁ କେବଳ ରାସ୍ତା ପାର୍ଶ୍ଵରେ ହରିଣ ସୁରକ୍ଷା ପାଇଁ ଏକ ଫଳକ ଲଗାଇଦେଇଥିବା ବେଳେ ପ୍ରକୃତ ପକ୍ଷେ ଏମାନଙ୍କ ସୁରକ୍ଷା କଥା ଚିନ୍ତା କରାଯାଉ ନାହିଁ l ଏହି ଅଞ୍ଚଳରେ ଗାଡିର ବେଗ ନ କମାଇବା ଯୋଗୁ ଏବଂ ଦ୍ରୁତ ଗତିରେ ଗାଡି ଚାଳନl ଯୋଗୁଁ ଏମାନେ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି l ଏଣୁ ତୁରନ୍ତ ଏମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବା ସକାଶେ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here