ବ୍ରହ୍ମପୁର(ଓବି ନ୍ୟୁଜ): ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ସକାଶେ ସଶକ୍ତି ଜାଗରଣ ସେବା ସଂସ୍ଥାନ ପକ୍ଷରୁ ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣ ମହାନ୍ତି ସେବା ମଣ୍ଡପଠାରେ ଭାରତର ଅନ୍ୟତମ ପ୍ରମୁଖ ଆଧ୍ୟାତ୍ମିକ ଧର୍ମଗୁରୁ ତଥା ସେବା ସଂସ୍ଥାନର ପ୍ରତିଷ୍ଠାତା କ୍ରୀଷ୍ଣା ଭୈୟାଜୀ ମହାରାଜଙ୍କ ପୌରହିତ୍ୟରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ କରାଯାଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାର ଚକ୍ଷୁ ବାୟୋକେମିଷ୍ଟ୍ରି ବିଭାଗ ପ୍ରଫେସର ଡା.ସଚଳା ଭୋଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଶିବିର ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା । ଅନ୍ୟ ବର୍ଗ ପରି ଏହି ବର୍ଗ ମଧ୍ୟ ଗୁରୁଦେବ ଓ ଦେବତା ଆବାହନ, ଅଭ୍ୟର୍ଥନା ସହ ଶ୍ରୀ ଗୁରୁଚରଣ ବନ୍ଦନା ଓ ଦୀକ୍ଷାଦାନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ଓ ସନ୍ଧ୍ୟାରେ ଗୁରୁ ଶ୍ରୀ କ୍ରୀଷ୍ଣା ଭୈୟାଜୀଙ୍କ ଦ୍ୱାରା ଏକ ଭବ୍ୟ ପ୍ରବଚନ ଓ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହୋଇଥିଲା । ସେଥିରେ ଅନେକ ସାଧୁ ସନ୍ଥ, ବୁଦ୍ଧିଜୀବୀ ଓ ଶତାଧିକ ଶ୍ରଦ୍ଧାଳୁଙ୍କ ସମେତ ସ୍ୱଶକ୍ତି ଜାଗରଣ ସେନା ସଂସ୍ଥାନର ସଭ୍ୟ ଓ କର୍ମକର୍ତା ବୃନ୍ଦ ଯୋଗ ଦେଇ ପୂଜ୍ୟ ଗୁରୁଜୀଙ୍କ ଅମୃତବାଣୀ ଶ୍ରବଣ କରି ନିଜକୁ କୃତାର୍ଥ କରିଥିଲେ ।