ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଚେତନତା କାର୍ଯ୍ୟକ୍ରମ

0
49

ଜି.ଉଦୟଗିରି (ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢ଼ୀ): ଜି.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଚେତନ କାର୍ଯ୍ୟକ୍ରମ ନିମନ୍ତେ ସ୍କୁଲ ପିଲାମାନଙ୍କୁ ନେଇ ନଗର ପରିକ୍ରମା କରାଯାଇଥିଲା । ତା’ପରେ ୱାର୍ଡ଼ ନଂ ୧୨ କନବାଗେରୀଠାରେ କଳିଙ୍ଗ ମହାବିଦ୍ୟାଳୟ ଏବଂ ଇନ୍ଦିରା ପ୍ରିୟଦର୍ଶିନୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଏବଂ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପାଲା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ବର୍ଜ୍ୟବସ୍ତୁ ପରିଚାଳନା ଇତ୍ୟାଦି ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ସିଦେ୍ଧ ଦତାତ୍ରେୟ ଭାଉସାହେବ, ତହସିଲଦାର ତଥା ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଏବଂ ପରିଷଦର କର୍ମଚାରୀ କମ୍ବୁପାଣି ପାଣିଗ୍ରାହୀ, ଶିବଶଙ୍କର ଦାସ, ହିସାବ ରକ୍ଷକ ସତ୍ୟପ୍ରକାଶ ମହାପାତ୍ର, ବରିଷ୍ଠ କିରାଣୀ ସୁରେନ ବିଷୋୟୀ,ପରିମଳ ପରିଦର୍ଶକ ନରୋତମ ସାହୁ, ନିରଞ୍ଜନ ସାହୁ, ଗଣେଶ ଜେନା, ରାଜେନ୍ଦ୍ରନାଥ ସାହୁ, କେତନ ନାୟକ ଏବଂ ସତ୍ୟବ୍ରତ ମହାରଣା ଉପସ୍ଥିତ ଥିଲେ । ପ୍ରତିଯୋଗିତା ଶେଷରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିପିକେଟ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here