ରାଇକିଆରେ ବିପଜ୍ଜନକ ଯାତ୍ରୀ ପରିବହନ

0
36

ରାଇକିଆ(ଓବି ନ୍ୟୁଜ)(ଜଗଦୀଶ ଦାଶ): କନ୍ଧମାଳ ଜିଲ୍ଲାର ରାଇକିଆ ଅଂଚଳରେ ଉପଯୁକ୍ତ ଗମନାଗମନ ବ୍ୟବସ୍ଥାର ଅଭାବ ପରିଲକ୍ଷିତ ହୋଇଛି । ଆବଶ୍ୟକ ସଂଖ୍ୟକ ସରକାରୀ ବା ଘରୋଇ ଯାନବାହାନ ଚଳାଚଳ କରୁନଥିବାରୁ ଲୋକେ ବିପଦ ଶଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ଏପରି ଲୋକେ ଅଟୋ ଏବଂ ଟାଟା ମ୍ୟାଜିକ ଗାଡ଼ିରେ ବହୁ ସଂଖ୍ୟାରେ ଯିବା ଆସିବା କରୁଛନ୍ତି । କେତେବେଳେ ଯେ ଧନଜୀବନ ହାନି ଘଟିବ ସେହି ଆଶଙ୍କା ରହୁଛି । ବ୍ଲକର ବିଭିନ୍ନ ଉପାନ୍ତ ଓ ଦୁର୍ଗମ ଗ୍ରାମାଂଚଳର ରାଇକିଆକୁ ପ୍ରତ୍ୟେକ ପ୍ରତ୍ୟେହ ଲୋକେ ନାନାଦି କାମରେ ଆସୁଛନ୍ତି । କେତେକ ଗାଡ଼ିରେ ଫିଟନେସ ମଧ୍ୟ ନାହିଁ । ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ତଥା ଆରଟିଓଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here