ବ୍ରହ୍ମପୁରରେ କଣ୍ଢେଇ ଯାତ୍ରା

0
38

ବ୍ରହ୍ମପୁର(ଓବି ନ୍ୟୁଜ): ପ୍ରାୟ ଦୁଇ ଶହ ବର୍ଷ ପୁରୁଣା ପରମ୍ପରା କ୍ରମେ ଗେଟବଜାର ଖାସପା ସାହିଠାରେ କଣ୍ଢେଇ ଯାତ୍ରା ସମ୍ପନ୍ନ ହୋଇଯାଇଛି । ବ୍ୟାସ ପୂର୍ଣ୍ଣିମା ତଥା ଆଷାଢ଼ ପୂର୍ଣ୍ଣିମା ତିଥିରେ ହୋଇଆସୁଛି ଏହି ଯାତ୍ରା । ସନ୍ଧ୍ୟା ସମୟରେ ଜମିଥିଲା ଭଳିକି ଭଳି କଣ୍ଢେଇର ବିକ୍ରିବଟା । ମାଟିରେ ତିଆରି ପଶୁପକ୍ଷୀ ଓ ଖେଳନା କଣ୍ଢେଇ ସାଙ୍ଗକୁ ମାଟିରେ ନିର୍ମିତ ତିନି ଠାକୁରଙ୍କ ମୂର୍ତି ବିକ୍ରି କରିଥିଲେ କାରିଗର । ପୂର୍ବରୁ ଚଳିଆସୁଥିବା ମିଠା କଣ୍ଢେଇ ଏବେ ଆଉ ଅନେକ ବର୍ଷ ହେଲା ଦେଖିବାକୁ ମିଳୁନି । ସେହିପରି ଏବେ ଧିରେ ଧିରେ ମାଟି କଣ୍ଢେଇର ସ୍ଥାନ ନେଇଛି ପ୍ଲାଷ୍ଟିକ ଓ ରବର କଣ୍ଢେଇ୍ୱାଟି କଣ୍ଢେଇର ଚାହିଦା ହ୍ରାସ ପାଇବାରେ ଲାଗିଛି, ଯାହା ମୂର୍ତି କାରିଗରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ମଙ୍ଗଳବାର ସନ୍ଧ୍ୟାରେ କଣ୍ଡେଇ ଯାତ୍ରା ସକାଶେ ବଡ଼ବଜାର ଖାସପା ସାହି ଚଳଚଳଂଚଳ ହୋଇଉଠିଥିଲା ।

LEAVE A REPLY

Please enter your comment!
Please enter your name here