କାର୍ଯ୍ୟକ୍ଷମ ହେବ ହଳିଆପଦର ବସଷ୍ଟାଣ୍ଡ୍

0
47

ବ୍ରହ୍ମପୁର(ଓବି ନ୍ୟୁଜ): ବ୍ରହ୍ମପୁର ଉନ୍ନୟନ ପରିଷଦ କାର୍ଯ୍ୟାଳୟରେ ପ୍ରଶାସନ ଓ ବସ୍ ମାଲିକ ସଂଘ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହଳଦିଆପଦର ସିଟି ବସଷ୍ଟାଣ୍ଡ ମାସକ ଭିତରେ କାର୍ଯ୍ୟକ୍ଷମ ହେବା ବୋଲି ଆଲୋଚନା ହୋଇଥିଲା । ହଳଦିଆପଦର ସିଟି ବସଷ୍ଟାଣ୍ଡରୁ ବସ ଚଳାଚଳ କରିବ । ତେବେ ଆସିକା ଓ ଦିଗପହଣ୍ଡି ଦିଗରେ ଯାଉଥିବା ବସ୍ ହଳଦିଆପଦରରୁ ବାହାରି ସହର ଭିତର ଦେଇ ଯିବ । ବସଷ୍ଟାଣ୍ଡର ଭିତିଭୂମି, ପିଇବାପାଣି ଓ ଶୌଚାଳୟ ଆଦି ମୌଳିକ ସମସ୍ୟାର ସମାଧାନ ପରେ ସରକାରୀ ଓ ଇଂଟରଷ୍ଟେଟ୍ ବସ ସେବା ଆରମ୍ଭ ହେବ । ମାସକ ଭିତରେ ସୁବିଧା ଅସୁବିଧା ଦେଖିବା ପରେ ଗରୋଇ ବସ ଚଳାଚଳ ନେଇ ନିଷ୍ପତି ନିଆଯିବ ବୋଲି ଜିଲ୍ଲା ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ବସ୍ ମାଲିକ ସହର ବାହାର ବସ ରଖିବା ପାଇଁ ବ୍ୟବସ୍ତା କରନ୍ତୁ ବୋଲି କହିଥିଲେ । ସହର ଭିତରେ ପ୍ରଶାସନ ବସ୍ ଷ୍ଟପ ନିର୍ଦ୍ଧାରିତ କରିବ ଏବଂ ସେଠାରେ ବସ ରହିବ । ଅନ୍ୟ କୌଣସି ଜାଗାରେ ବସ୍ ରଖିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କମିଶନର ତଥା ବିଡ଼ିଏ ଉପାଧ୍ୟକ୍ଷ ଚକ୍ରବର୍ତୀ ସିଂହ ରାଠୋର କହିଛନ୍ତି ।
ଯେଉଁ ଯାତ୍ରୀ ମାନେ ପ୍ରଶାସନକୁ ଅଣଦେଖା କରି ବସ ରଖିବାକୁ କହୁଛନ୍ତି ଏବଂ କଳହ କରୁଛନ୍ତି ସେମାନେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ପରିବହନ ବିଭାଗ ତରଫରୁ ନିର୍ଦ୍ଦେଶ ଆସିବା ପରେ ନିଶ୍ଚିତ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବସ ମାଲିକମାନେ କହିଥିଲେ । ଛତ୍ରପୁରରୁ ହଳଦିଆପଦର ମଧ୍ୟରେ ଜାତୀୟ ରାଜପଥର ବ୍ୟବହାର କରିବା ପାଇଁ ଓଭରବ୍ରିଜ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏନଏଚଏଆଇ ଏହାକୁ ମଞ୍ଜୁର କରିଛି ଏବଂ ହଳଦିଆପଦର ବସଷ୍ଟାର୍ଡ ଓ ଛତ୍ରପୁରରେ ଦୁଇଟି ଓଭରବ୍ରିଜ କରିବାକୁ ଯୋଜନା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ, ବିଡ଼ିଏ ସଚିବ ସମ୍ବିତ ରାଉତ, ଏନଏଚଏଆି ପ୍ରୋଜେକ୍ଟ ମ୍ୟାନେଜର ପି. ବିଜୟ କୁମାର, ଓଏସଆରଟିସି ଡ଼ିଟିଏମ ଶିଶିର କୁମାର ସାହୁ, ବ୍ରହ୍ମପୁର ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି, ଟ୍ରାଫି ଏସଡ଼ିପିଓ ରାମକୃଷ୍ଣ ପତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here