ପୁରୁଷୋତମପୁର(ଓବି ନ୍ୟୁଜ)(ସୁନୀଲ ସାହୁ): ଆଜକୁ ପ୍ରାୟ ୧୫ ବର୍ଷରୁ ଉଦ୍ଧ୍ୱର୍ ହେବ ଭାଟକୁମରଡ଼ା ଗ୍ରାମରେ ଯାତ୍ରୀ ରହିବା ପାଇଁ ବିଶ୍ରାମାଗାର ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ପୁରୁଷୋତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମରେ ବସ ରହଣୀ ପାଇଁ ସ୍ଥାନ ରହିଥିବାବେଳେ ଯାତ୍ରୀମାନଙ୍କ ପାଇଁ ବର୍ତମାନ ପର୍ଯ୍ୟନ୍ତ ବିଶ୍ରାମଗାରଟିଏ ନଥିବା ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମର ମେଡିକାଲ ଛକ ଏବଂ ରଘୁନାଥ ବଜାର ଛକ ରହିଥିବାବେଳେ ଏହି ଦୁଇ ଛକରେ ବସ ରହଣୀ ହୋଇଥିବାବେଳେ ସେଠାରେ ଅଧିକାଂଶ ଅଟୋ ଏବଂ ଦୋକାନ ବଜାର ରହିଥିବା ଯୋଗୁଁ ଯାତ୍ରୀମାନେ ଏଠିସେଠି ବସୁଥିବା ବେଳେ, ବେଳେ ବେଳେ ବସ ରହିଣୀ ଯାଗାକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ରଘୁନାଥ ବଜାର ଛକଠାରେ ଏକ ବିଶ୍ରାମ ଗାର ରହିଥିବାବେଳେ ରୋଡ଼ର ଓସାର ପାଇଁ ଭଙ୍ଗାଯାଇଥିବାବେଳେ ରୋଡ଼ ତିଆରି ସରିଯାଇଥିବାବେଳେ ଏଯାବତ ବିଶ୍ରାମଗାରଟିଏ ନୂତନ ଭାବେ ତିଆରି ହୋଇନଥିବା ଯୋଗୁଁ ନାହିଁନଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି । ଏହି ଦୁଇ ବସଷ୍ଟାଣ୍ଡ ଉପରେ ପ୍ରାୟ ୧୫ରୁ ଉଦ୍ଧ୍ୱର୍ ଗ୍ରାମବାସୀ ନିର୍ଭର କରୁଥିବାବେଳେ ପ୍ରତ୍ୟେକ ଦିନ ଶହ ଶହ ଯାତ୍ରୀମାନେ ଯାତାୟତ କରୁଛନ୍ତି । କିନ୍ତୁ ଯାତ୍ରା କରିବା ପାଇଁ ଏଠିସେଠି ଅପେକ୍ଷା କରୁଥିଲେ ମଧ୍ୟ ଯାତ୍ରୀ ବିଶ୍ରାମ ଗାରଟିଏ ନୂତନ ଭାବେ କରାଗଲେ ଉପକୃତ ହେବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଏହି ଦୁଇ ଛକରେ ସରକାରୀ ଜାଗା ରହିଥିବାବେଳେ କାହିଁକି ଓ କେଉଁ କାରଣରୁ ଏଠାରେ ବିଶ୍ରାମ ଗାର ନୂତନ ଭାବେ କରାଯାଇନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗାମୀ ଦିନରେ ବିଶ୍ରାମ ଗାର କରାନଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି ।