ଗଞ୍ଜାମ ରେ ମୋ ଗେହ୍ଲା ଝିଅ କାର‌୍ୟ୍ୟକ୍ରମ

0
78

ଗଞ୍ଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା):ଗଞ୍ଜାମ ସହର ୫ ନମ୍ବର ୱାର୍ଡ ହରିଜନ ସାହି ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଗଞ୍ଜାମ ବ୍ଲକ ସମ୍ମନିତ୍ୱ ଶିଶୁ ବିକାଶ କାର‌୍ୟ୍ୟାଳୟ ପକ୍ଷରୁ ବିଜୁକନ୍ୟା ରତ୍ନ ଯୋଜନା ରେ ମୋ ଗେହ୍ଲାଝିଅ କାର‌୍ୟ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ଗଂଜାମ ଜିଲ୍ଲାପାଳ ବଜୟ ଅମୃତ କୁଲାଙ୍ଗେ ଙ୍କ ଏପରି ମୋ ଗେହ୍ଲା ଝିଅ କାର‌୍ୟ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହ ଝିଅ ଓ ପୁଅ ମତଭେଦ କୁ ଭୁଲି କନ୍ୟା ମାନଙ୍କ ଶିକ୍ଷା ଓ ସ୍ୱାସ୍ତ୍ୟ ପ୍ରତି ଧ୍ୟାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ। ପୁଅ ମାନଙ୍କ ଅପେକ୍ଷା ଗଂଜାମ ଜିଲ୍ଲାରେ ଝିଅ ସଂଖ୍ୟା କମ ରହିଛି ।ସାଧାରଣତଃ ଗ୍ରାମାଞ୍ଚଳ ମାନଙ୍କରେ ଝିଅ ଜନ୍ମ ହେବା ଏକ ବୋଝ ବୋଲି ବିଚାର କୁ ନିଆ ଯାଉଥିବା ପରିଲକ୍ଷିତ ହେଉଛି। ସାମ୍ପ୍ରତିକ ସମାଜରେ ଝିଅ ମାନେ ପୁଅ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ତେଣୁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ କରାଯାଇ ଝିଅ ମାନକୁ ଜନ୍ମ ଦେଇଥିବା ମା ମାନଙ୍କୁ
ସଂମାନିତ କରାଯାଇଥିଲା।ସଂମାନିତ ଅତିଥି ମାନଙ୍କ ମଧ୍ୟରେ ଗଞ୍ଜାମ ବିଜ୍ଞା ପିତ ଅଂଚଳ ପରିଷଦ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ଟୁଡୁ,ଗଂଜାମ ସ୍ୱାସ୍ତ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନଜ କାନ୍ତ କର ପ୍ରମୁଖ ଯୋଗ ଦେଇ କନ୍ୟା ଭୃଣହତ୍ୟା କରା ନ ଯାଇ କନ୍ୟା ମାନଙ୍କୁ ଦୁନିଆ କୁ ଆଣିବା ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ।ଉକ୍ତ କାର‌୍ୟ୍ୟକ୍ରମରେ ସୁପରଭାଇଜର କଳାବତୀ ବେହେରା ସଭାପତିଥ୍ୟ କରିଥିଲେ।ରାଜେଶ୍ୱରୀ ବେହେରା,ମୁକ୍ୟ ଦେବୀ,ପଦ୍ମା ଦେବୀ ଓ କୁସୁମ ଦେବୀ ପ୍ରମୁଖ ସୁପ୍ରଭାଇଜର କାର‌୍ୟ୍ୟକ୍ରମରେ ସାମିଲ ଥିବା ବେଳେ ଅଙ୍ଗନବାଡି କର୍ମୀ ବବିତା ପଣ୍ଡା ଓ ସ୍ୱୟଂ ସହାୟିକା ପ୍ରମିଳା ଦାଶ ପୁରାତନ କୁସଂସ୍କାର ପରିହାର କରି
କନ୍ୟା ମାନଙ୍କୁ ରତ୍ନ ମାନେକରିବା ସେମାନ ଙ୍କ ସୁରକ୍ଷା ଓ ସଂମାନ ଦେବା ଆବଶ୍ୱକ ବୋଲି ମତ ବ୍ୟକ୍ତ କରିଥିଲେ। ଅଙ୍ଗନବାଡି କର୍ମୀ ବବିତା ସେଠୀ ଓ ପ୍ରମିତା କୁମାରୀ ନାୟକ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ। ଗଂଜାମ ସହରାଞ୍ଚଳ ର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା,ସ୍ୱୟଂ ସହାୟିକା ଗୋଷ୍ଟି ର ମହିଳା ମାନେ ବହୁସଂଖ୍ୟା ରେ ଉକ୍ତ କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here