ଓଡିଶାର ପ୍ରଥମ “”ମହିଳା ଓ ଶିଶୁମିତ୍ର “” ଆରକ୍ଷୀ କାର୍ଯ୍ୟାଳୟ ଉଦଘାଟିତ

0
257

ଗଜପତି (ଓବି ନ୍ୟୁଜ୍) (ଗଣେଶ କୁମାର ରାଜୁ) ; ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଓଡିଶାର ପ୍ରଥମ ” ମହିଳା ଓ ଶିଶୁମିତ୍ର “” ଆରକ୍ଷୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟାଳୟ କୁ ଏସପି ସାରା ଶର୍ମା ଉଦଘାଟନ କରିଥିଲେ । ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ କୁ ପ୍ରତ୍ୟେକ ଦିନ ମହିଳାମାନେ ଶିଶୁ ମାନଙ୍କୁ ସଙ୍ଗରେ ଆଣି ବିଭିନ୍ନ ପ୍ରକାରର ଅଭିଯୋଗ ନେଇ ଏସପି ଙ୍କ ପାଖକୁ ଆସିଥାନ୍ତି । ସେମାନେ ସଙ୍ଗରେ ଧରି ଆସୁଥିବା ଶିଶୁ ମାନଙ୍କୁ କେଉଁଠି ବସାଇ କି କାହାର ଜିମା ଦେଇ , ଅଭିଯୋଗ ଜଣାଇବା ପାଈଁ ଅସମର୍ଥ ହୋଇ ପଡୁଛନ୍ତି । କାରଣ ବିଭିନ୍ନ ବୟସର ଛୋଟ ଶିଶୁମାନେ ଏଠାକୁ ଆସି ପୋଲିସ ମାନଙ୍କୁ ଏବଂ ସେମାନଙ୍କ ଡ୍ରେସ ଦେଖି ଡରି ଯାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ମାନଂକ ପାଈଁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ କରିବା ପାଈଁ ଚିନ୍ତା କରାଗଲା । ଯେଉଁ ପ୍ରକୋଷ୍ଠରେ କି ଏସପି ଙ୍କ ପାଖକୁ ଗ୍ରିଭାନସ ଜଣାଇବା ପାଈଁ ଆସିଥିବା ମହିଳାଙ୍କୁ ଏସପି ନ ଡାକିବା ପର‌୍ୟ୍ୟନ୍ତ ସେହି ପ୍ରକୋଷ୍ଠରେ ହିଁ ସୁବିଧାରେ ଓ ଆରାମ ରେ ଅପେକ୍ଷା କରି ରହିବେ । ଅନ୍ୟ ପକ୍ଷରେ , ମହିଳାଙ୍କ ସହିତ ଆସୁଥିବା ସେମାନଙ୍କ ଛୋଟ ଶିଶୁ ମଧ୍ୟ ପ୍ରକୋଷ୍ଠରେ ରହି ଯେଭଳି କୋଣସି ଅସୁବିଧା ମନରେ କନ୍ଦା-ବୋବା କରିବନି ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରକୋଷ୍ଠ ଟି ରଙ୍ଗବେରଙ୍ଗ ସହ ବିଭିନ୍ନ ଚିତ୍ରରେ ସୁସଜ୍ଜିତ କରାଯାଇଛି । ସେଠାରେ ଶିଶୁ ମାନଂକ ମନୋରଞ୍ଜନ ଓ ଖେଳିବା ପାଈଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ସବୁ କରାଯାଇଛି । ଏହା ଓଡିଶାର ପ୍ରଥମ ମହିଳା ଓ ସିଶୁମିତ୍ରା ଆରକ୍ଷୀ କାର୍ଯ୍ୟାଳୟ । ଏଠାକୁ ପ୍ରତିଦିନ ଆସୁଥିବା ମହିଳା ଓ ଶିଶୁ ମାନଂକ ପାଈଁ ଏ ସବୁର ଆବଶ୍ୟକତାକୁ ନିହାତି ଜରୁରୀ ମନେ କରି ଏହା କରାଯାଇଛି ବୋଲି ଏସପି ସାରା ଶର୍ମା କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଥିଲେ । ଅନ୍ୟ ମାନଂକ ମଧ୍ୟରେ , ଏହି କାର୍ଯ୍ୟକ୍ରମରେ ଏସଡ଼ିପିଓ ଠାକୁର ପ୍ରସାଦ ପାତ୍ର , ଆଇଆଇସି ବିବେକା ନନ୍ଦ ସ୍ବାଇଁ , ଡିସିପିୟୁ ଅରୁଣ କୁମାର ତ୍ରିପାଠୀ ,ଏବଂ ଚାଇଲଡ ଲାଇନ ସଂଯୋଜକ ନଗେଶ୍ବର୍ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here