ଟିବି, ମ୍ୟାଲେରିଆ ଓ ଏଚ ଆଇ ଭି ଏଡ଼ସ ସମ୍ପର୍କିତ ସଚେତନତା ଶିବିର।

0
50

ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ ଇଣ୍ଡଷ୍ଟ୍ରିଜଲିମିଟେଡ଼ କେମିକେଲ ଡିଭିଜନ ପକ୍ଷରୁ ଗଞ୍ଜାମ ସହର ର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଭାବେ ଟିବି,ମ୍ୟାଲେରିଆ,ଏଚ ଆଇ ଭି ଏଡ଼ସ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସିନିୟର ରେସିଡେନ୍ସି ଭେଷଜ ବିଶେଷଜ୍ଞ ଡାକ୍ତର ଚନ୍ଦନ ଗନ୍ତାୟତ ଯୋଗ ଦେଇ ରୋଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ। ବିଭିନ୍ନ ରୋଗର ଭୟାଭୟତା,ସତର୍କତା ଓ ରୋଗ ରୁ ମୁକ୍ତି ସମ୍ପର୍କରେ ବିଷଦ ଭାବରେ ମତବ୍ୟକ୍ତ କରିଥିଲେ । କ୍ଷୁଦ୍ର ନାଟକ ମାଧ୍ୟମରେ ରୋଗ ସମ୍ପର୍କରେ ସଚେତନତା କରାଯାଇଥିଲା । ସହର ର ଭାରତିବିଦ୍ୟା ପୀଠ,ସରସ୍ୱତୀ ଶିଶୁ ମନ୍ଦିର,ମଧ୍ୟଖଣ୍ଡ ସହି,ବଡ଼ ବଜାର ହରିଯାନ ସାହିରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଗ୍ରାସୀମ କମ୍ପାନୀ କର୍ମ କର୍ତ୍ତା ସୁଶାନ୍ତ କୁମାର ଦାଶ ପ୍ରାଇଚାଳନା କରିଥିବା ବେଳେ ଛାତ୍ର,ଛାତ୍ରୀ,ସ୍ୱୟଂ ସହାୟିକା,ଅଙ୍ଗନ ବାଡ଼ି କର୍ମୀ ମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here