ସମର୍ଥ ଅନୁଷ୍ଠାନର ୨୦ତମ ପ୍ରତିଷ୍ଠା ଦିବସ ପାଳିତ

0
75

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଛତ୍ରପୁର ସ୍ଥିତ ସମର୍ଥ ପ୍ରାଙ୍ଗଣରେ ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସମର୍ଥର ସାଧାରଣ ସଂପାଦକ ତଥା ଅଧ୍ୟକ୍ଷ କେ.ଆନନ୍ଦ ରାଓଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଯୋଗଦେଇ ସମର୍ଥର କାର୍ଯ୍ୟଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତରଣ ବିଭାଗର ସାମାଜିକ ସୁରକ୍ଷା ଅଧିକାରୀ ସନ୍ୟାସ କୁମାର ବେହେରା ଯୋଗଦେଇ ଚଳିତ ବର୍ଷ ରାଜ୍ୟ ୫୨ଟି ସ୍ୱତନ୍ତ୍ର ବିଦ୍ୟାଳୟ ଓ ଗୋଟିଏ ସ୍ୱତନ୍ତ୍ର ମହାବିଦ୍ୟାଳୟକୁ ଅନୁଦାନ କରିଛନ୍ତି । ସେଥିରେ ଗଂଜାମର ୩ଟି ବିଦ୍ୟାଳୟ ଅର୍ନ୍ତଭୁକ୍ତ ବୋଲି କହିବା ସହ ସମର୍ଥ ଅନୁଷ୍ଠାନର ସଂପାଦକ କେ.ଆନନ୍ଦ ବାବୁ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥୀ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହି ଯୋଗଦେଇ କହିଥିଲେ ଯେ ଯେଉଁ ସମାଜର ଅବହେଳିତ , ଅସମର୍ଥ ଏବଂ ବୋଝ ବୋଲି ଭାବନ୍ତି ସେମାନଙ୍କୁ ଏହି ସମର୍ଥ ଅନୁଷ୍ଠାନ ସକ୍ଷମ ଓ ସମର୍ଥ କରିବାରେ ସଫଳ ହୋଇଛି । ଅନ୍ୟତମ ଅତିଥୀ ଭାବେ ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଶୁଂ କୁମାର ମହାରଣା ଯୋଗଦେଇ ଭିନ୍ନକ୍ଷମ ପିଲାଙ୍କ ନିମନ୍ତେ ଥିବା ସରକାରୀ ସୁବିଧା ସୁଯୋଗ ଗୁଡିକ ଉପରେ ବର୍ଣ୍ଣନା କରିବାସହ ଏହାର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ । ଯୁବସମାଜସେବୀ ସୁଧୀର କୁମାର ପଟ୍ଟନାୟକ ଯୋଗଦେଇ ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାସହ ଯଥା ଶକ୍ତି ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । । ପ୍ରଥମେ ସମର୍ଥ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ସମର୍ଥର ଭିନ୍ନକ୍ଷମ ଛାତ୍ରାଛାତ୍ରୀ ମାନେ ଓ ବ୍ରହ୍ମପୁର ଅନ୍ଧ ପସରା ରୋଡ ସ୍ଥିତ ଦୃଷ୍ଟିହୀନ ପିଲାମାନେ ବିଭିନ୍ନ ପ୍ରକାର ସଂଗୀତ ଓ ନୃତ୍ୟ ମାଧ୍ୟମରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ବ୍ରହ୍ମପୁର ଦୃଷ୍ଟିହୀନ ସେବା ସଂଘର ସମସ୍ତ କଳାକାର ମାନଙ୍କୁ ସମର୍ଥ ପକ୍ଷରୁ ସମ୍ମାନୀତ କରାଯାଇଥିବା ବେଳେ ଓଡିଶାର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ସବୋ ଅଧିକାରୀ ସନ୍ୟାସ କୁମାର ବେହେରାଙ୍କୁ ଉପଢୈକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ଏହାସହ ଭିନ୍ନକ୍ଷମ ଓ ସାଧାରଣ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷ ଅନୁଷ୍ଠାନର ସଂପାଦକ କେ.ଆନନ୍ଦ ରାଓ ଉପସ୍ଥିତ ସମସ୍ତ ଅତିଥୀ ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପରୋକ୍ତ ଅତିଥୀ ମାନଙ୍କ ଦ୍ୱାରା ବ୍ରହ୍ମପୁର ଅଗ୍ରୱାଲା ପରିବାର ପକ୍ଷରୁ ଦିଆଯାଇଥିବା ପୋଷାକ ଗୁଡିକ ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କାରଯାଇଥିଲ।।

LEAVE A REPLY

Please enter your comment!
Please enter your name here