ଆସିକା ଓ ଭଂଜନଗର ପୁଲିସର ଉପଖଣ୍ଡସ୍ତରୀୟ ଅପରାଧ ସମୀକ୍ଷା ବୈଠକ

0
31

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଗଞ୍ଜାମ ପୁଲିସ ଜିଲ୍ଲାର ଆସିକା ଓ ଭଞ୍ଜନଗର ଉପଖଣ୍ଡସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ମହିଳା ସମ୍ବନ୍ଧୀୟ ମାମଲା ଗୁଡିକୁ ୬୦ଦିନ ମଧ୍ୟରେ ଶେଷ କରିବାକୁ ଏସ୍ପି ଏଥିରେ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ଥାନାକୁ ଅଭିଯୋଗ ନେଇ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର, ଜନସାଧାରଣଙ୍କ ପ୍ରତି ବିଶ୍ୱାସଭାଜନ ହେବା, ଫେରାର ଅପରାଧୀଙ୍କୁ ତୁରନ୍ତ ଗିରଫ, ଅପରାଧୀଙ୍କ ଗିତବିଧି ଉପରେ ତୀକ୍ଷଣ ନଜର, ଚିଟଫଣ୍ଡ ମାମଲାର ତୁରନ୍ତ ସମାଧାନ, ଗାଁ ଗହଳିରେ ଅନ୍ଧବିଶ୍ୱାସକୁ ରୋକିବା, ଶିଶୁ ଶ୍ରମିକଙ୍କୁ ଉଦ୍ଧାର, ମହିଳା ଓ ଶିଶୁ ଡେସ୍କକୁ ଅଧିକସ୍କ୍ରିୟ, ବରିଷ୍ଠ ନାଗାରିକଙ୍କୁ ସୁରକ୍ଷା ଏବଂ ଜନାସାଧାରଣଙ୍କ ସହ ଉଚିତ୍ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ଏସ୍ପି ଗୁରୁତ୍ୱାରୋପ କରିଛନ୍ତି । ସେହିପରି ପୁରୁଣା ମାମଲା ଗୁଡିକ ତଦନ୍ତ ପ୍ରକ୍ରିୟା ଶେଷ କରିବା ସହ ନିଜ ନିଜ ଅଞ୍ଚଳର ଅପରାଧୀଙ୍କ ଉପରେ ନଜର ରଖାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ସୂତ୍ରକୁ ପାଥେୟ କରି କାର୍ଯ୍ୟ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ଏସ୍ପି ପରାମର୍ଶ ଦେଇଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ପତିତପାବନ ଚୌଧୂରୀ , ଅମରେଶ ପଣ୍ଡା ଓ ସୀତାରାମ ଶତପଥୀ, ଡିଏସ୍ପି ଏସ୍.ପ୍ରଧାନ ଓ ପ୍ରଦୀପ କୁମାର ଦଳାଇ, ରିଜର୍ଭ ଇନ୍ସପେକ୍ଟର ସୁବଳ କୁମାର ସୁରେନ୍, ହୋମଗାର୍ଡ ଆରଆଇ ଗଙ୍ଗାଧର ଧାଙ୍ଗର, ଆସିକା ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ ଓ ଭଞ୍ଜନଗର ଏସ୍ଡିପିଓ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ଉପଖଣ୍ଡର ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here