ନାବାଳିକା ବଳାତ୍କାର ଅଭିଯୋଗରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ :୫ ହଜାର ଜରିମାନା

0
54

ଗଜପତି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁ) :ଗଜପତି ଜିଲ୍ଲାର ଏକ ନାବାଳିକା- ଅପହରଣ ଓ ବଳାତ୍କାର ବିଚାର ମାମଲାର ଶୁଣାଣି କରି ପାରଳାଖେମୁଣ୍ଡି ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲା ଦୌରା-ଜର୍ଜ ଅରୁଣ କୁମାର ସାହୁ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କ। ଜରିମାନା ରେ ଅନାଦେୟ ଅଧିକା ୬ ମାସ କାରାଦଣ୍ଡରେ ଦଣ୍ଡିତ ରାୟ ଶୁଣାଇଥିବା ଜଣାଯାଇଛି ।

ପ୍ରକାଶ ଯୋଗ୍ୟ ଯେ , ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଗତ୧୮/୮/୨୦୧୭ ତାରିଖ ଦିନରେ , ଗଞ୍ଜାମ ଜିଲ୍ଲା- ଫୁଲଟା ଗ୍ରାମର ଗୁଣ୍ଟିମା ଦିଲ୍ଲି ନାମକ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଅପହରଣ କରିନେଇ ବ୍ରହ୍ମପୁର ସହରରେ ରଖିଥିଲା । ସେଠାରେ ୩ ଦିନ ରଖି ତାକୁ ଦୁସ୍କର୍ମ କରିଥିଲା ଏବଂ ତାପରେ ନାବାଳିକାକୁ ଅନ୍ୟତ୍ର ଯିବ କହି ସେହି ବ୍ରହ୍ମପୁର ବସଷ୍ଟାଣ୍ଡ ରେ ହିଁ ଛାଡ଼ି ଚାଲିଯାଇଥିଲା । ସେ ସମୟରେ ଏହି ଘଟଣାକୁ ନେଇ ନାବାଳିକା ର ପରିବାର ପକ୍ଷରୁ ଘଟଣା ସମ୍ପର୍କରେ , ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା ବୋଲି ସରକାରୀ ଓକିଲ- ଵ:ଏସ:ଏନ:ରାଜୁ ସୁଚନା ଦେଇଥିବା
ଜଣା ଯାଇଛି ।

LEAVE A REPLY

Please enter your comment!
Please enter your name here