ନାବାର୍ଡ ସହାୟତାରେ ୧୮ ଟି ଉଠା-ଜଳସେଚନ ପ୍ରକଳ୍ପ ମଞ୍ଜୁର

0
25

ଗଜପତି (ଓବି ନ୍ୟୁଜ):ଗଜପତି ଜିଲ୍ଲାରେ ନାବାର୍ଡ ସହାୟତାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଈଁ ୧୮ ଟି ଗୋଷ୍ଠି ଉଠା-ଜଳସେଚନ ପ୍ରକଳ୍ପ ମଞ୍ଜୁର ହୋଇଥିବା ପାରଳାଖେମୁଣ୍ଡି ସ୍ଥିତ ଉଠା-ଜଳସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀ ଇଂ ଭାସ୍କର ବେହେରା କହିଛନ୍ତି । ନିର୍ବାହୀଯନ୍ତ୍ରୀ ଇଂ ବେହେରା କହିଛନ୍ତି ଯେ , ମଞ୍ଜୁର ହୋଇଥିବା ଗୋଷ୍ଠି ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି । ଏହାଛଡା ୨୦୧୯-୨୦ ଆର୍ଥିକ ବର୍ଷା ପାଈଁ ୧୫ ଗୋଟି ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକର ଏସଏଲସି ଅନୁମୋଦନ ହୋଇ ନାବାର୍ଡ ର ମଞ୍ଜୁର ପାଈଁ ଅପେକ୍ଷାରେ ରହିଛି । ଏହା ହେଲେ , ଏହାଦ୍ବାରା ଗଜପତି ଜିଲ୍ଲାର ରହିଥିବା ଉଚା ଅଂଚଳର ଚାଷଜମି ଗୁଡ଼ିକରେ ସହଜେ ଜଳସେଚିତ ହୋଇପାରିବ ଏବଂ ଏହାଦ୍ବାରା ଜିଲ୍ଲାର ଖୁଦ୍ର ଓ ନାମମାତ୍ର ଚାଷୀ ମାନେ ଚାଷଜମିକୁ ଜଳସେଚନ କ୍ଷେତ୍ରରେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ବିଭାଗୀୟ ନିର୍ବାହିଯଂତ୍ରି ଇଂ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here