କୋଦଳା ଜେଲରୁ ଜାମିନ ପାଇଥିବା କଏଦୀକୁ ଉଠାଇନେଲା ଖଲିକୋଟ ପୁଲିସ

0
66

ବେଗୁନିଆପଡା (ଓବି ନ୍ୟୁଜ):ଗତ କାଲି ଅପରାହ୍ନରେ କୋଦଳା ଜେଲରୁ ଜାମିନରେ ଆସିଥିବା ଜଣେ କଏଦୀକୁ ଖଲିକୋଟ ପୁଲିସ କୌଣସି କାରଣରୁ ଉଠାଇ ନେଇଥିବା ଜଣାପଡିଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଖଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମର ତ୍ରିଲୋଚନ ବେହେରା (ଟୁନା)କିଛିଦିନ ତଳେ ଦୁଇଟି ରାହାଜାନି କେସରେ ଗିରଫ ହୋଇ କୋଦଳା ଜେଲରେ ଥିଲା l ଦୁଇଟି କେସରୁ ଗୋଟାଏ ଗତ 15 ରେ ଏବଂ ଅନ୍ୟଟି ଆଜି ଅପରାହ୍ନରେ ଵେଲ ପାଇ ମୁକୁଳି ଥିବା କଥା ଜେଲର ପ୍ରକାଶ କରିଛନ୍ତି  l ହେଲେ ଖଲିକୋଟ ପୁଲିସ କେଉଁ କାରଣରୁ ଉଠାଇନେଲା ଏହା ରହସ୍ୟ ମଧ୍ୟରେ ରହିଛି l ଏ ସମ୍ପର୍କରେ ଖଲିକୋଟ ଆଇ ଆଇ ସି ଙ୍କ ସହ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ତାକୁ ଏକ ମାମଲରେ ଅଣlଯାଇ ଏକ ତଦନ୍ତ କରାଯାଇଛି ଓ ତାକୁ ପ୍ରତ୍ୟେକ ଦିନ ଥାନା କୁ ଆସି ହାଜିରା ଦେବା ପାଇଁ କୁହାଯାଇଛି l କିନ୍ତୁ ଏହାର କାରଣ ସ୍ପଷ୍ଟ ଜଣା ପଡି ନାହିଁ l

LEAVE A REPLY

Please enter your comment!
Please enter your name here