ବ୍ରହ୍ମପୁର (ଓବି ନ୍ୟୁଜ) :ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା। 2016ରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଚିଙ୍କରା ବେହେରାଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ହେଲା ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସ ଚିଙ୍କରା କୁ ଖୋଜୁଥିଲା । ଚିଙ୍କାରା ଛତ୍ରପୁର ଆସିଥିବା ଖବର ପାଇ ଛତ୍ରପୁର ପୋଲିସ ତାକୁ କାବୁ କରିଥିଲା। ତୃପ୍ତିମୟୀ ଖଲ୍ଲିକୋଟ କଲେଜରେ ଏମସିଏ ପ୍ରଥମ ବର୍ଷ ଛାତ୍ରୀ ଥିଲା । ସେ ସହରର ଅନନ୍ତ ନଗରସ୍ଥିତ ଏକ ମହିଳା ହଷ୍ଟେଲରେ ରହୁଥିଲା । 2016 ଅଗଷ୍ଟ ୨୫ ତାରିଖରେ ସେ ହଷ୍ଟେଲରୁ ନିଖୋଜ ହେବା ପରେ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ଦେଇଥିଲେ। ଏତିକି ବେଳେ ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସକୁ ଦେଶୀରାମଚନ୍ଦ୍ରପୁର ଗ୍ରାମ ପାର୍ଶ୍ଵ ରାସ୍ତା ରେ ଏକ ଯୁବତୀର ରକ୍ତାକ୍ତ ଶବ ମିଳିଥିଲା। ତାଙ୍କ ପରିଚୟ ପତ୍ର ଓ ଏକ ଇଂରାଜୀ ଖବର କାଗଜରୁ ସେ ଓଡିଶାର ହୋଇପାରନ୍ତି ବୋଲି ଜାଣି ଓଡିଶା ସୀମାନ୍ତ ବ୍ରହ୍ମପୁର ପୋଲିସ ସହ ଯୋଗାଯୋଗ ବେଳେ ଜାଣିପାରିଥିଲା ।ଶବକୁ ପରିବାର ଲୋକ ଦେଖିବା ପରେ ଏହା ତାଙ୍କ ଝିଅର ବୋଲି ଜାଣି ପାରିଥିଲେ। ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା ଯେ ଯୁବତୀଙ୍କୁ ଛୁରାରେ ବାରମ୍ବାର ଭୁଷି ହତ୍ୟା କରାଯିବା ସହ ମୁହଁକୁ ପଥରରେ ଛେଚା ଯାଇଛି। ସେହି ମାମଲାରେ ବାରୁଆ ପୋଲିସ ତଦନ୍ତ ବେଳେ ଚିଙ୍କରା ଏହି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲେ। ଏବେ ପୋଲିସ ଚିଙ୍କରାକୁ କାବୁ କରି ବାରୁଆ ପୋଲିସକୁ ହସ୍ତାନ୍ତର କରିଛ । ଆନ୍ଧ୍ରପ୍ରଦେଶର ପୋଲିସ ଘଟଣାରେ ଚିଙ୍କରା ର ଭୂମିକା କଣ ଓ କେମିତି ତୃପ୍ତିମୟୀ ଙ୍କୁ ହତ୍ୟା କରାଯାଇଥିଲା ତାହାର ରହସ୍ୟ ଉନ୍ମୋଚନ କରିବ । ଏହା ସହ ଗିରଫ ଚିଙ୍କକାକୁ ଆନ୍ଧ୍ର ପୋଲିସ କୋର୍ଟ ଚାଲାଣ କରି ଅଧିକା ଦଦନ୍ତ ଜାରୀ ରଖିଛି । ସେପଟେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ଗଞ୍ଜାମ ପୋଲିସ ଆନ୍ଧ୍ରପ୍ରଦେଶ ପୋଲିସକୁ ସହଯୋଗ କରିଆସୁଥିବା କହିଛନ୍ତି ଗଞ୍ଜାମ ଏସପି ବ୍ରିଜେସ ରାଏ । ଏହା ସହ ଏହି ଘଟଣାରେ ଅନ୍ୟ କେଉଁମାନଙ୍କ ସଂପୃକ୍ତି ରହିଛି ସେ ନେଇ ପୋଲିସ ଦତନ୍ତ କରୁଥିବା ସେ ସୂଚନା ଦେଇଛନ୍ତି ।