ଜୁଆ ଆଡ୍ଡା ଚଢ଼ାଉ, ୭ ଗିରଫ

0
113

ପୋଲସରା(ଓବି ନ୍ୟୁଜ): ପୋଲସରା ଥାନା ପୁଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିବାବେଳେ ୩୦,୭୮୦ ଟଙ୍କା ଜବତ କରିଛି । ପୋଲସରା ଥାନା ଅଂଚଳରେ ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇବା ପରେ ପୁଲିସ ଚଢ଼ାଉ କରିବା ପାଇଁ ଏକ ଟିମ ଗଠନ କରାଯାଇଥିଲା । ବୁଧବାର ଦିନ ପୋଲସରା ଥାନା ଅନ୍ତର୍ଗତ ଜୁନାଗଡ଼ ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଉକ୍ତ ଆଡ୍ଡାରେ ଚଢ଼ାଉ କରିଥିଲେ । ପୁଲିସକୁ ଦେଖି ଜୁଆଡ଼ିମାନେ ଛତ୍ରଭଙ୍ଗ ଦେଉଥିବାବେଳେ ୭ ଜଣ ଜୁଆଡ଼ିଙ୍କୁ କାବୁ କରିବାରେ ସଫଳ ହୋଇଥିଲା ସେମାନଙ୍କ ନିକଟରୁ ୩୦,୭୮୦ ଟଙ୍କା, ୩ଟି ମୋଟର ସାଇକେଲ ଜବତ କରିଥିଲା । ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here